ନାଲକୋରେ ୫୧୮ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଖାଲିପଡିଛି ୫୧୮ ପଦବୀ । ନନ୍- ଏଗଜିକ୍ୟୁଟିଭ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୧୮
ଗ୍ରାଜୁଏଟ ଇଂଜିନିୟରି ଟ୍ରେନି ଅଧିନରେ ମେକାନିକାଲ, ଇଲେକ୍ଟ୍ରିକାଲ, ଇନଷ୍ଟ୍ରୁମେଣ୍ଟେସନ, କେମିକାଲ ଏବଂ କେମେଷ୍ଟ୍ରି ପଦବୀ ଖାଲି ।
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୧ ଜାନୁଆରୀ ୨୦୨୫ ଯାଏଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ/୧୨ଶ/ଡିପ୍ଲୋମା/ଆଇଟିଆଇ/ ବିଏସି ଡିଗ୍ରୀ କରିଥିବା ଜରୁରୀ ।
କେମିତି କରିବେ ଆବେଦନ :
ନାଲକୋର ଅଫିସିଆଲ ପେଜକୁ ଯିବାକୁ ହେବ ।
ଭଲ ଭାବେ ନୋଟିଫିକେସନ ପଢିବା ପରେ ଆପ୍ଲାଏ ନାଓରେ କ୍ଲିକ୍ କରନ୍ତୁ ।
ଏହାପରେ ଆବେଦନ ଫର୍ମ ପୂରଣ କରିବା ପରେ ଦରକାରୀ ସମସ୍ତ ଦସ୍ତାବିଜ ଦିଅନ୍ତୁ ।
ନିଜର ସମସ୍ତ ବିବରଣୀ ଦେବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ଫର୍ମକୁ ସବମିଟ୍ କରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : ସୁପ୍ରିମକୋର୍ଟରେ ଚାକିରି ପାଇଁ କରନ୍ତୁ ଆବେଦନ, ମାସକୁ ଦରମା ୮୦ ହଜାର ଟଙ୍କା