ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀରେ ବିଭିନ୍ନ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ଯେଉଁମାନେ ଇନ୍ସ୍ୟୁରାନ୍ସ ସେକ୍ଟରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡରେ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୦୦
ଜରୁରୀ ତାରିଖ : ଖାଲି ପଦବୀରେ ଆବେଦନ କରିବାର ତାରିଖ ୨୪ ଅକ୍ଟୋବରରୁ ଆରମ୍ଭ ହୋଇଛି । ଆବେଦନ କରିବା ଶେଷ ତାରିଖ ୧୧ ନଭେମ୍ବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ କରିଥିବା ଜରୁରୀ । ରିସର୍ଚ୍ଚରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।
ଆବେଦନ ଶୁଳ୍କ : ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ/ପୂର୍ବତନ ସୈନିକ ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନ୍ୟ ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ପଡିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ମାଧ୍ୟମରେ ହେବ । ପ୍ରଥମେ ପ୍ରାରମ୍ଭିକ ପରୀକ୍ଷା ଏବଂ ମୁଖ୍ୟ ପରୀକ୍ଷା ଦେବାକୁ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚୟନ କରାଯିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।