ନାଭାଲ ଡକୟାର୍ଡ ବିଶାଖାପାଟନମ୍ ଅପାରଣ୍ଟିସ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନାଭାଲ ଡକୟାର୍ଡ ବିଶାଖାପାଟନମ୍ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୭୫

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ୫୦ ପ୍ରତିଶତ ମାର୍କ ସହିତ ଏସଏସସି/୧୦ମ ପାସ୍ କରିଥିବା ଜରୁରୀ । ମାର୍କ/ଗ୍ରେଡ/ଗ୍ରେଡ ପଏଣ୍ଟ/୧୦ମ ଏବଂ ଆଇଟିଆଇ ସାର୍ଟିଫିକେଟ ନଥିଲେ ଗ୍ରହଣ କରାଯିବ ନାହିଁ ।

ବୟସ ସୀମା : ପ୍ରଶିକ୍ଷଣ ପାଇଁ କୌଣସି ସର୍ବାଧିକ ବୟସ ସୀମା ଧାର୍ଯ୍ୟ କରାଯାଇନାହିଁ । ସର୍ବନିମ୍ନ ବୟସ ୧୪ ବର୍ଷ ରହିଛି ।

ଚୟନ ପ୍ରକ୍ରିୟା : ଏହି ଭର୍ତ୍ତି ପାଇଁ ଚୟନ ପ୍ରକ୍ରିୟା ପ୍ରାର୍ଥୀଙ୍କ ସର୍ଟଲିଷ୍ଟ, ଲିଖିତ ପରୀକ୍ଷା, ସାକ୍ଷାତକାର, ଡକ୍ୟୁମେଣ୍ଟ ଭେରିଫିକେସନ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ଜରିଆରେ ହେବ । ଲିଖିତ ପରୀକ୍ଷା ଇଂଲିଶରେ ହେବ । ଗଣିତ, ସାଧାରଣ ବିଜ୍ଞାନ, ସାଧାରଣ ଜ୍ଞାନ ସାମିଲ ରହିଛି ।

ଷ୍ଟାଇପେଣ୍ଡ : ଆଇଟିଆଇ ସାର୍ଟିଫିକେଟ ରଖିଥିବା ପ୍ରାର୍ଥୀଙ୍କ ବର୍ଷକ ପାଇଁ ୭୭୦୦ ଟଙ୍କା ଏବଂ ଦୁଇବର୍ଷ ପାଇଁ ୮୦୫୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।