NMDC ରେ ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ଚାକିରି

ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ(NMDC) ରେ ଏକଜିକ୍ୟୁଟିଭ ଟ୍ରେନିଂ ପଦବୀ ପାଇଁ ଭର୍ତ୍ତି ହେଉଛି । ଏଠାରେ ୮୧ ପଦବୀ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ nmdc.co.in କୁ ଯାଇ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୮୧

ସିଭିଲ ମେକାନିକ, ପର୍ସୋନେଲ, ଇଲେକ୍ଟ୍ରିକାଲ, ମେଟେରିୟାଲ୍ସ ମ୍ୟାନେଜମେଣ୍ଟ, ସର୍ଭିସ ସେଫ୍ଟି, ଲ, ସିଏସଆଇଆର, ଆଇଟି, ପ୍ରୋଜେକ୍ଟ ମନିଟିରିଂ ସେଲ ପଦବୀ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

ଶିକ୍ଷାଗତ ଯୋଗ୍ୟତା : ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ତେବେ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ ଇଂଜିନିୟରି ଡିଗ୍ରୀ କରିଥିବା ଜରୁରୀ । ସମ୍ବନ୍ଧୀୟ ଫିଲ୍ଡିରେ ଅତି କମରେ ୪ରୁ ୬ ବର୍ଷ କାମ କରିବାର ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ହେବା ଜରୁରୀ । ସଂରକ୍ଷତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ଦରମା ୬୦ ହଜାରରୁ ଅଧିକ ଦରମା ମିଳିବ । ଯେଉଁମାନଙ୍କର ୬ ବର୍ଷର ଅଭିଜ୍ଞତା ରହିଛି, ସେମାନଙ୍କୁ ମାସକୁ ୯୦ ହଜାର ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ ନାହିଁ । ପ୍ରାର୍ଥୀଙ୍କ ଚୟନ କେବଳ ଇଣ୍ଟରଭ୍ୟୁ ଆଧାରରେ ହେବ । କମ୍ପାନୀ ଇଣ୍ଟରଭ୍ୟୁ ତାରିଖ ଏପର୍ଯ୍ୟନ୍ତ ଜାରି କରିନାହିଁ ।

You might also like