NSC ରେ ବମ୍ପର ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ
ନ୍ୟାସନାଲ ସିଡ୍ସ କର୍ପୋରେସନ ଲିମିଟେଡରେ ଖାଲିପଡିଛି ଅଲଗା ଅଲଗା ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୮ ଡିସେମ୍ବର ରହିଛି । ନୋଟିଫିକେସନ ମୁତାବକ, ଏଠାରେ ଡେପୁଟି ଜେନରାଲ ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜମେଣ୍ଟ ଟ୍ରେନି, ସିନିଅର ଟ୍ରେନି, ଇଂଜିନିୟରିଂ ଷ୍ଟୋର, ଏଗ୍ରିକଲ୍ଚର ଷ୍ଟୋର, ଏଗ୍ରିକଲ୍ଚର ଟ୍ରେନି, ମାନବ ସମ୍ବଳ ।
ପଦବୀ ବିବରଣୀ : ୧୮୮
ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୮ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଫିଟର/ଇଲେକ୍ଟ୍ରିସିଆନ/ୱେଲଡର/ଡିଜଲ ମେକାନିକ/ମେଶିନ ମ୍ୟାନ୍ ସମ୍ବନ୍ଧୀୟ ଟ୍ରେଡରେ ୬୦ ପ୍ରତିଶକ ମାର୍ତ ସହିତ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ । ଏହାସହିତ ସମ୍ବନ୍ଧୀୟ ଟ୍ରେଡରେ କୌଣସି ସଂସ୍ଥାରେ ଟ୍ରେନିଂ ନେଇଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିଛି । ଟ୍ରେନି, ସିନିଅର ଟ୍ରେନି ପାଇଁ ୨୭ ବର୍ଷ, ଏବଂ ଡେପୁଟି ଜେନେରାଲ ମ୍ୟାନେଜର ପାଇଁ ୫୦ ବର୍ଷ, ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୩୦ ବର୍ଷ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା, କୌଶଳ ପରୀକ୍ଷା ଆଧାରରେ ହେବ ।