NTPC ରେ ଚାକିରି ପାଇବାର ବଢିଆ ସୁଯୋଗ, ମାସକୁ ମିଳିବ ୨ ଲକ୍ଷ ଟଙ୍କା

ନ୍ୟାସନାଲ ଥର୍ମାଲ ପାଓ୍ୱର କର୍ପୋରେସନ (NTPC) ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀ ଖାଲିପଡିଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଇଛୁକ ପ୍ରାର୍ଥୀ ୨୮ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୫୦

ଇଲେକ୍ଟ୍ରିକାଲ ଇରେକ୍ସନ: ୪୫
ମେକାନିକାଲ ଇରେକ୍ସନ: ୯୫
କଣ୍ଟ୍ରୋଲ ଆଣ୍ଡ ଇନଷ୍ଟ୍ରମେଣ୍ଟେନସନ ଇରେକ୍ସନ: ୩୫
ସିଭିଲ କନଷ୍ଟ୍ରକ୍ସନ : ୭୫

ଜରୁରୀ ତାରିଖ : ଇଛୁକ ପ୍ରାର୍ଥୀ ୨୮ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ବୟସ ୪୦ ବର୍ଷ ହେବା ଜରୁରୀ । ସରକାରୀ ନିୟମ ଅନୁସାରେ ସର୍ବାଧିକ ବୟସରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD/ପୂର୍ବତନ ସୈନିକ ଏବଂ ମହିଳା ପ୍ରାର୍ଥୀଙ୍କୁ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୭୦,୦୦୦ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଏନଟିପିସିର ପୋଟାର୍ଲକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ଡେପୁଟି ମ୍ୟାନେଜର ଲିଙ୍କ କ୍ଲିକ୍‌ କରିବାକୁ ହେବ ।
ରେଜିଷେ୍ଟ୍ରସନ କରିବା ପରେ ଲଗଇନ୍‌ କରନ୍ତୁ ।
ଏହାପରେ ଫର୍ମ ଭରନ୍ତୁ, ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଫର୍ମ ସବମିଟ୍‌ କରନ୍ତୁ ।
ଶେଷରେ ନିଜର ଆବଶ୍ୟକତା ପାଇଁ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like