ନବୋଦୟରେ ବମ୍ପର ଭର୍ତ୍ତି, ୧୨ଶ ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ
ନବୋଦୟରେ ଚାକିରି କରିବାର ବଢିଆ ମଉକା । ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ୧୨ଶ କିମ୍ବା ଗ୍ରାଜୁଏସନ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ବୟସ ସୀମା ୫୦ ବର୍ଷ ।
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । NVS ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ବମ୍ପର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ କଣ୍ଟ୍ରାକ୍ଟ ଆଧାରରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍ navodaya.gov.in ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୦ ଜୁନ୍, ୨୦୨୩ ରହିଛି ।
ଏହି ଭର୍ତ୍ତି ଅଧିନରେ ୩୨୧ ପଦବୀରେ ନିଯୁକ୍ତି ମିଳିବ । ପିଜିଟି, ଟିଜିଟି ଏବଂ ଅନ୍ୟ ପଦ ସାମିଲ ରହିଛି । ଏହି ଭର୍ତ୍ତି ଅଭିଯାନ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସଂସ୍ଥାରୁ ୧୨ଶ/ଗ୍ରାଜୁଏସନ/ପୋଷ୍ଟ ଗ୍ରାଜୁଏସନ/ବିଏଡ ଏବଂ ନିର୍ଦ୍ଧାରିତ କ୍ଷେତ୍ରରେ ଅଭିଜ୍ଞତା ଥିବା ଜରୁରୀ ।
ପଦବୀ ବିବରଣୀ : ୩୨୧
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୦ ଜୁନ୍ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ସଂସ୍ଥାରୁ ୧୨ଶ/ଗ୍ରାଜୁଏସନ/ପୋଷ୍ଟ ଗ୍ରାଜୁଏସନ/ବିଏଡ ଏବଂ ନିର୍ଦ୍ଧାରିତ କ୍ଷେତ୍ରରେ ଅଭିଜ୍ଞତା ଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୫୦ ବର୍ଷ ନିର୍ଦ୍ଧାରିତ ହୋଇଛି । ସଂରକ୍ଷିତ ଶ୍ରେଣୀ ପାଇଁ ବୟସ ସୀମାରେ ଛୁଟ୍ ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସର୍ଟଲିଷ୍ଟ କରାଯିବ । ଏହାପରେ ପିଲାଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଡକାଯିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୪,୧୨୫ ଟଙ୍କାରୁ ୩୫,୭୫୦ ଟଙ୍କା ପ୍ରତିମାସକୁ ଦରମା ମିଳିବ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲୱେବସାଇଟ navodaya.gov.in କୁ ଯାଆନ୍ତୁ ।
ଏହାପରେ ହୋମପେଜ୍ରେ Recruitment ଟାବ୍ରେ କ୍ଲିକ୍ କରନ୍ତୁ ।
ତା’ ପରେ ନୋଟିଫିକେସନରେ କ୍ଲିକ୍ କରନ୍ତୁ ।
ଏହା ପରେ ନିଜର ସମସ୍ତ ଦସ୍ତାବିଜ ଦେବା ପରେ ଆବେଦନ ଶୁଳ୍କ ଜମା କରିବା ପରେ ଫର୍ମ ସବିମିଟ୍ କରନ୍ତୁ ।
ଶେଷରେ ଏକ କପି ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :