ନିଯୁକ୍ତି

ଓଡିଶା ଫାୟାର ସର୍ଭିସରେ ଚାକିରି ପାଇଁ କରନ୍ତୁ ଆବେଦନ, ୧୦ମ ପାସ୍‌ କରିଥିବା ଜରୁରୀ

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ଫାୟାର ସର୍ଭିସରେ ଖାଲିପଡିଛି ୯୪୧ ପଦବୀ । ଫାୟାରମ୍ୟାନ୍‌ ଏବଂ ଫାୟାରମ୍ୟାନ ଡ୍ରାଇଭର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଓଡିଶା ଫାୟାରମ୍ୟାନ ରିକ୍ରୁଟମେଣ୍ଟ ୨୦୨୩ କୁ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୯୪୧

ଫାୟାରମ୍ୟାନ : ୮୨୬
ଫାୟାରମ୍ୟାନ ଡ୍ରାଇଭର : ୧୧୫

ଜରୁରୀ ତାରିଖ : ଆବେଦନ ତାରିଖ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଶେଷ ୩୦ ସେପ୍ଟେମ୍ବର ୨୦୨୩ରେ ରହିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାଥୀ ୧୦ମ କିମ୍ବା ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ । ଯେଉଁମାନେ ଡ୍ରାଇଭର ପଦବୀ ପାଇଁ ଆବେଦନ କରିବେ ସେମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୯ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କା ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।

ପରୀକ୍ଷା : ପ୍ରାର୍ଥୀଙ୍କୁ ୧୦୦ ମାର୍କର ପରୀକ୍ଷା ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ ରହିବ । ୨ ଘଣ୍ଟା ପାଇଁ ପରୀକ୍ଷା ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌  ଚେକ୍‌ କରନ୍ତୁ :

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରନ୍ତୁ
ତା’ ପରେ ଓଡିଶା ଫାୟାରମ୍ୟାନ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍‌ କରନ୍ତୁ
ଏହାପରେ ରେଜିଷ୍ଟର କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଏହାପରେ ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ସବୁକିଛି ସବମିଟ୍‌ କରିବା ପରେ ଫର୍ମର ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

15 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

26 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

39 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

42 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago