ଓଡିଶା ପୋଲିସରେ ୯୩୩ ସବ୍- ଇନ୍ସପେକ୍ଟର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଓଡିଶା ପୋଲିସ ବୋର୍ଡ ପକ୍ଷରୁ ୯୩୩ ସବ୍- ଇନ୍ସପେକ୍ଟର ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ସାଇଟରେ ତୁରନ୍ତ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୬୦୯

ସବ୍ ଇନ୍ସପେକ୍ଟର : ୨୫୩
ଷ୍ଟେସନ ଅଫିସର : ୪୭
ଆସିଷ୍ଟାଣ୍ଟ ଜେଲର : ୨୪

ଜରୁରୀ ତାରିଖ : ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୦ ଫେବୃଆରୀ ୨୦୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିଥିବା ପ୍ରାର୍ଥୀ ଓଡିଆରେ ଲେଖିବା, କହିବା ଏବଂ ପଢିପାରୁଥିବା ଜରୁରୀ । ଏସଆଇ (ଆର୍ମଡ) ଏବଂ ଆସିଷ୍ଟାଣ୍ଟ ଜେଲର ପୋଷ୍ଟ ପାଇଁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଫାୟାର ସର୍ଭିସ ପାଇଁ ପ୍ରାର୍ଥୀ ବିଜ୍ଞାନ/ଇଂଜିନିୟରିଂରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/SEBC ଏବଂ ମହିଳାଙ୍କୁ ସର୍ବାଧିକ ବୟସ ସୀମାରେ ୫ ବର୍ଷ ଛାଡ୍ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଫିଜିକାଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ଟେଷ୍ଟ ଜରିଆରେ ହେବ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୩୫,୪୦୦ରୁ ୧,୧୨,୪୦୦ ଟଙ୍କା ମାସିକ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read: ୧୦ମ ପାସ୍ କରିଥିଲେ ତୁରନ୍ତୁ ଆବେଦନ, CISF ରେ ବମ୍ପର ପଦବୀ ଖାଲି

You might also like