OSSC ରେ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି, ବିନା ଶୁଳ୍କରେ କରନ୍ତୁ ଆବେଦନ

ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର । ଓଏସଏସସି ପକ୍ଷରୁ ଗ୍ରୁପ ଏ ଏବଂ ଗ୍ରୁପ ବି ଅଧିନରେ ଲିଭ ଟ୍ରେନିଂ ରିଜର୍ଭ ପାଇଁ ୬ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୮ ଫେବୃଆରୀ ରହିଛି । ଆବେଦନ ଫର୍ମରେ ତ୍ରୁଟି ଥିଲେ ୧୦ ଫେବୃଆରୀ ମଧ୍ୟରେ ସଂଶୋଧନ କରିପାରିବେ ।
ପଦବୀ ବିବରଣୀ : ୬୦୨୫
ମହିଳା : ୧୦୮୮
ଟିଜିଟି ଆର୍ଟସ : ୧୪୮୮
ଟିଜିଟି ଓଡିଆ : ୪୯୬
ଟିଜିଟି ସାଇନ୍ସ ପିସିଏମ : ୧୦୨୦
ଟିଜିଟି ସାଇନ୍ସ ସିବିଜେଡ: ୮୮୦
ହିନ୍ଦୀ ଟିଚର : ୭୧୧
ସଂସ୍କୃତ ଟିଚର: ୭୨୯
ତେଲୁଗୁ ଟିଚର : ୬
ଉର୍ଦ୍ଦୁ : ୧୪
ପିଇଟି : ୬୮୧
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୮ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ଫର୍ମରେ ତ୍ରୁଟି ଥିଲେ ୧୦ ଫେବୃଆରୀ ମଧ୍ୟରେ ସଂଶୋଧନ କରିପାରିବେ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।
ଦରମା : ଚୟନିତ ଗ୍ରୁପ ସି ପଦବୀ ପାଇଁ ୨୯,୨୦୦ ଟଙ୍କା ମାସକୁ ଦରମା ମିଳିବ । ସେହିପରି ଅନ୍ୟମାନଙ୍କୁ ମାସକୁ ୩୫,୪୦୦ ଟଙ୍କା ଦେବାକୁ ହେବ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ OSSC LTR Teacher Recruitment 2025 ଲିଙ୍କକୁ ଯାଆନ୍ତୁ ।
ଏହାପରେ ଇମେଲ ଆଇଡି ଏବଂ ଫୋନ ନମ୍ବର ଦେଇ ରେଜିଷ୍ଟ୍ରେର କରନ୍ତୁ ।
ରେଜିଷ୍ଟ୍ରେସନ ପରେ କ୍ରେଡିନ୍ସିଆଲ ସହିତ ଲଗଇନ୍ କରନ୍ତୁ ।
ଆବେଦନ ଫର୍ମ ଭରିବା ପରେ ବ୍ୟକ୍ତିଗତ ସୂଚନା ଦେଇ ବିବରଣୀ ଭରନ୍ତୁ ।
ପାସପୋର୍ଟ ସାଇଜ ଫଟୋ ଏବଂ ସାଇନ ସହିତ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଅନଲାଇନରେ ଭରିବା ପରେ ଫର୍ମକୁ ସବମିଟ୍ କରନ୍ତୁ ।
ଏହାସହିତ ଶେଷରେ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।