ONGC ରେ ମେଡିକାଲ ଅଫିସର ପୋଷ୍ଟ ଖାଲି, ଦେବାକୁ ପଡିବନି କୌଣସି ପରୀକ୍ଷା

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ୨୬୨ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ହେଉଛି । ମେଡିକାଲ ଅଫିସର, ଫିଲ୍ଡ ଡ୍ୟୁଟି, ହୋମିଓପାଥି ଆଣ୍ଡ ସ୍ପେଶାଲିଷ୍ଟ ଇତ୍ୟାଦି ।

ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଓଏନଜିସିର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୬୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୩ ଜୁନ୍‌ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏମବିବିଏସ ଡିଗ୍ରୀ ପାଇଁ ପ୍ରାର୍ଥୀ ଆବେଦନ କରିପାରିବେ । କିଛି ପଦ ପାଇଁ ମେଡିକାଲ ଡିଗ୍ରୀ ଜରୁରୀ ।

ଚୟନ ପ୍ରକ୍ରିୟା : ଏଥିପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । ପ୍ରାର୍ଥୀଙ୍କ ଚୟନ କେବଳ କ୍ୱାଲିଫାଏଡ ମାର୍କସ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।

୭୦ ପ୍ରତିଶତ କ୍ୱାଲିଫାଏ ମାର୍କ ଏବଂ ୩୦ ପ୍ରତିଶତ ଇଣ୍ଟରଭ୍ୟୁ ଆଧାରରେ ହେବ । ଚୟନ ପରେ ନିଯୁକ୍ତି ବିଭିନ୍ନ ସ୍ଥାନରେ ହେବ ।

ଦରମା : ପ୍ରାର୍ଥୀଙ୍କୁ ମାସକୁ ଦରମା ୫୦ ହଜାର ଟଙ୍କାରୁ ୧ ଲକ୍ଷ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like