ONGC ରେ ବମ୍ପର ଭର୍ତ୍ତି, ଆଇଟିଆଇ ପାସ୍‌ ଏବଂ ଗ୍ରାଜୁଏଟ ପ୍ରାର୍ଥୀ କରନ୍ତୁ ଆବେଦନ

ONGC ରେ ଚାକିରି ପାଇବାର ବଢିଆ ସୁଯୋଗ । ଏଠାରେ ଟ୍ରେଡ଼ ଏବଂ ଗ୍ରାଜୁଏଟ ଅପାରଣ୍ଟିସରେ ଖାଲିଥିବା ୨୦୦୦ରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୨୩୭

ଉତ୍ତରାଞ୍ଚଳ ଡିଭିଜନ : ୧୬୧
ମୁମ୍ବାଇର ସେକ୍ଟର : ୩୧୦
ପଶ୍ଚିମାଞ୍ଚଳ ଡିଭିଜନ : ୫୪୭
ପୂର୍ବାଞ୍ଚଳ ଡିଭିଜନ : ୫୮୩
ଦକ୍ଷିଣାଞ୍ଚଳ ଡିଭିଜନ : ୩୩୫
ସେଣ୍ଡ୍ରାଲ ଡିଭିଜନ : ୨୪୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୪ ରହିଛି । ତେବେ ପ୍ରାର୍ଥୀଙ୍କ ଚୟନ ତାଲିକା ୧୫ ନଭେମ୍ବର ୨୦୨୪ରେ ପ୍ରକାଶିତ ହେବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ, ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ଏଥିପାଇଁ ନୋଟିଫିକେସନ ଚେକ୍‌ କରିପାରିବେ ।

ବୟସ ସୀମା :ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାର୍କ ଅନୁଯାୟୀ ମେରିଟ ଲିଷ୍ଟ କରାଯିବ । ଯଦି ପ୍ରାର୍ଥୀ ସମାନ ମାର୍କ ରଖିଥାନ୍ତି, ତେବେ ବୟସ ଅନୁସାରେ ଚୟନ ହେବ । ନିଯୁକ୍ତି ପୂର୍ବରୁ ଡକ୍ୟୁମେଣ୍ଟ ଭେରିଫିକେସନ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like