ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ରେ ୩୨୪ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।  କମ୍ବାଇଡ ହାଇଅର ସେକେଣ୍ଡାରୀ ଲେବଲରେ ପୋଷ୍ଟ ଖାଲି ପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୩୨୪

ଅଣ ସଂରକ୍ଷିତ-୧୮୮, SEBC-୨, ଅନୁସୂଚିତ ଜାତି-୬୦, ଅନୁସୂଚିତ ଜନଜାତି-୭୪

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୨୬ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଯୁକ୍ତ ୨ ବିଜ୍ଞାନ ସହିତ ଭୋକେସନାଲ  କୋର୍ସ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ପ୍ରିଲିମିନାରୀ ପରୀକ୍ଷା, ଲିଖିତ ପରୀକ୍ଷା, ସାର୍ଟିଫିକେଟ ଭେରିଫିକେସନ ଜରିଆରେ ହେବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଆଗ୍ରହ ଥିବା ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 

You might also like