OSSCରେ ନିିଯୁକ୍ତି ସୁଯୋଗ, ୧୭୩ ପଦବୀ ପାଇଁ କରନ୍ତୁ ଆବେଦନ

ଓଏସଏସସି (OSSC) ପକ୍ଷରୁ ଆସିଛି ବଡ ନିଯୁକ୍ତି ସୁଯୋଗ । ଯେଉଁ ଆଶାୟୀ ପ୍ରାର୍ଥୀ ଅର୍ଥନୀତି, ଗଣିତ, ସମାଜବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଆପ୍ଲିକେସନ୍‌ ଇତ୍ୟାଦି ସହ କଳା କିମ୍ବା ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ, ସେମାନେ ଏଥିରେ ଆବେଦନ କରିପାରିବେ । ଆଗ୍ରହୀ ଆବେଦନକାରୀମାନେ ନଭେମ୍ବର୨୯ ରୁ ଡିସେମ୍ବର୨୮ ମଧ୍ୟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ

ପଦବୀ ବିବରଣୀ :
• ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ, ଗ୍ରୁପ୍‌ ‘ବି’ ଏବଂ ଗ୍ରୁପ୍‌ ‘ସି’ ବର୍ଗରେ ୧୭୩ଟି ପଦବୀ ଖାଲି ରହିଛି ।
• ୧୭୩ଟି ପୋଷ୍ଟ ମଧ୍ୟରୁ ୧୬୯ଟି ପୋଷ୍ଟ ଆଷିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ୍‌ ଅଫିସର ଥିବାବେଳେ ଚାରୋଟି ପୋଷ୍ଟ ଷ୍ଟାଟିଷ୍ଟ ଆସିଷ୍ଟାଣ୍ଟ ଅଛି ।

ଯୋଗ୍ୟତା :
• ଏସଓ (ASO) ପଦ ପାଇଁ ଅବେଦନ କରୁଥିବା ପ୍ରାର୍ଥୀ ପରିସଂଖ୍ୟାନ, ପ୍ରୟୋଗ ପରିସଂଖ୍ୟାନ, ଗଣିତ, ସମାଜବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ ଇତ୍ୟାଦି ସହ କଳା କିମ୍ବା ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
• ଅବେଦନକାରୀ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା :
• ଏହି ନିଯୁକ୍ତିରେ ସଫଳ ହେବା ପାଇଁ ସର୍ବପ୍ରଥମେ ପ୍ରାର୍ଥୀଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗର ଅଫିସିଆଲ ୱେବସାଇଟରେ ଅବେଦନ କରିବାକୁ ପଡିବ ।
• ଏହାପରେ ଅବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ସର୍ଟଲିଷ୍ଟ ହେବାକୁ ହେଲେ ପ୍ରାର୍ଥୀଙ୍କୁ ପ୍ରଥମେ ପ୍ରାଥମିକ ପରିକ୍ଷା ଏବଂ ପରେ ମୁଖ୍ୟ ପରିକ୍ଷାରେ ପାସ୍‌ ହେବାକୁ ପଡିବ ।
• ୨୦୨୫ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ଖାଲି ପଦବୀ ପାଇଁ ଲିଖିତ ପରୀକ୍ଷା କରାଯିବ ।
• ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇବ ।

ଅବେଦନ ପ୍ରକ୍ରିୟା:
• ଅଫିସିଆଲ ୱେବସାଇଟ୍‌ ossc.gov.in ରେ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

You might also like