ଭାରତୀୟ ରେଲୱେରେ ୭୯୧୧ ଜୁନିଅର ଇଂଜିନିୟର ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରେଲୱେରେ ଜୁନିଅର ଇଂଜିନିୟରରେ ହଜାର ହଜାର ପଦବୀ ଖାଲିପଡିଛି । ଏଥିପାଇଁ ଖୁବଶୀଘ୍ର ଆବେଦନ କରିପାରିବେ । ଏଥିପାଇଁ ତାରିଖ ଖୁବଶୀଘ୍ର ଘୋଷଣା ହେବ ।
ପଦବୀ ବିବରଣୀ : ୭୯୧୧
ଜରୁରୀ ତାରିଖ : ତାରିଖ ଖୁବଶୀଘ୍ର ଘୋଷଣା ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସମ୍ବନ୍ଧୀୟ ବିଷୟରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ଆବେଦନ ପାଇଁ କରିବାକୁ ଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୩ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ନିୟମାନୁସାରେ ଛାଡ୍ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ । ସିବିଟିରେ ୧୦୦ ମାର୍କ, ୯୦ ମିନିଟର ସମୟ ଭିତରେ ପରୀକ୍ଷା ହେବ ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ଆରଆରବିର ଅଫିସିଆଲ ସାଇଟକୁ ଯିବାକୁ ହେବ । ଜେଇ ଅନଲାଇନ ଆପ୍ଲିକେସନ ଲିଙ୍କରେ କ୍ଲିକ୍ କରିବାକୁ ହେବ । ରେଜିଷ୍ଟ୍ରେସନ କରିସାରିବା ପରେ ଆବେଦନ ପାଇଁ ଦରକାରୀ ଦସ୍ତାବିଜ ଭରିବା ଜରୁରୀ । ଆବଶ୍ୟକ ଦସ୍ତାବିଜ ଅପଲୋଡ କରିବା ପରେ ସବମିଟ୍ କରନ୍ତୁ । ଫର୍ମ ଜମା କରିବା ପରେ ଏକ କପି କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।