ରେଳବାଇରେ ୪୨୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ସାଇଥ ସେଣ୍ଟ୍ରାଲ ରେଲୱେ ଅପାରଣ୍ଟିସ ୪୨୩୨ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୨୩୨

ଇଲେକ୍ଟ୍ରିସିଆନ୍ : ୧୦୫୩
ଫିଟର : ୧୭୪୨
ମେକାନିକ୍ : ୧୪୩
ୱେଲଡର: ୭୧୩
ଡିଜଲ ମେକାନିକ : ୧୪୨
ପେଣ୍ଟର : ୭୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଜାନୁଆରୀ, ୨୦୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ସହିତ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ଏହାସହିତ ଆଇଟିଆଇ ସାର୍ଟିଫିକେଟ ରଖିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ଛାଡ୍ ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ସାମାନ୍ୟ/ଓବିସି ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ମହିଳା ଏବଂ ଅନ୍ୟମାନେ ନିଶୁଳ୍କ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯାଆନ୍ତୁ ।
ଏହାପରେ ହୋମପେଜରେ ଅପାରଣ୍ଟିସ ଭର୍ତ୍ତିରେ କ୍ଲିକ୍ କରନ୍ତୁ ।
ଏବେ ନ୍ୟୁ ରେଜିଷ୍ଟ୍ରେସନ କରିବା ପଞ୍ଜିକରଣ କରନ୍ତୁ।
ଏହାପରେ ୟୁଜର ଆଇଡି ଦେଇ ଲଗଇନ କରନ୍ତୁ ।
ଆବେଦନ ଫର୍ମ ଭରିବା ପରେ ଆବେଦନ ଶୁଳ୍କ ଜମା କରନ୍ତୁ ।
ଫର୍ମ ସବମିଟ୍ କରନ୍ତୁ ।
ଆବେଦନ ଫର୍ମ ପ୍ରିଣ୍ଟଆଉଟ ଶେଷରେ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।