RBI ରେ ଖାଲିପଡିଛି ଅନେକ ପଦବୀ, ଯୋଗ୍ୟତା ଥିଲେ ତୁରନ୍ତ କରନ୍ତୁ ଆବେଦନ

ଲ’ କରିଥିଲେ ତୁରନ୍ତ କରନ୍ତୁ RBI ରେ ଆବେଦନ । ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଦ୍ୱାରା ହେବ ଚୟନ । ଆବେଦନ କରିବାର ଶେଷ ତାରିଖ ୨୦ ଜୁନ୍‌ ରହିଛି ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ସୁଯୋଗ । ଆରବିଆଇରେ ଖାଲିପଡିଥିବା ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ । opportunities.rbi.org.in କୁ ଯାଇ ଆପଣ ପଦବୀ ଭର୍ତ୍ତି ବିଷୟରେ ଜାଣିପାରିବେ । ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ । ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ନାହିଁ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ଜୁନ୍‌ ୨୦୨୩ ରହିଛି । ଶେଷ ଦିନରେ ସନ୍ଧ୍ୟା ୬ଟା ଯାଏଁ ଆପଣ କରିପାରିବେ ଆବେଦନ । ଶେଷ ଦିନ ପରେ ଆବେଦନ ସ୍ୱୀକାର କରାଯିବ ନାହିଁ ।

ପଦବୀ ବିବରଣୀ : ୧୨

ଲିଗଲ ଅଫିସର : ୧

ମ୍ୟାନେଜର(ଟେକ୍ନିକାଲ-ସିଭିଲ): ୫

ଆସିଷ୍ଟାଣ୍ଟ ମ୍ୟାନେଜର : ୫

ଆସିଷ୍ଟାଣ୍ଟ ଲାଇବ୍ରେରି :୧

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/କଲେଜ/ଇନଷ୍ଟିଚ୍ୟୁଟରୁ ଲ’ କରିଥିବା ଜରୁରୀ । ଏହାସହିତ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ୪୫ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଛି ।

କେମିତି ହେବ ଚୟନ : ଏହି ପଦବୀରେ ପ୍ରାର୍ଥୀ ଚୟନ ପାଇଁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଲିଖିତ ପରୀକ୍ଷାରେ ଚୟନ ହେବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ଆସିଷ୍ଟାଣ୍ଟ ଲାଇବ୍ରେରିଆନ ପଦ ପାଇଁ ପ୍ରାର୍ଥୀଙ୍କ ଚୟନ କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପରୀକ୍ଷା ୨୩ ଜୁଲାଇ ୨୦୨୩ ଦିନ ହେବ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ଜେନେରାଲ, ଓବିସି, EWS ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ପଡିବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ଏବଂ PWD ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/rbiapr23/

https://opportunities.rbi.org.in/Scripts/bs_viewcontent.aspx?Id=4265

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.