BSF ରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ କନଷ୍ଟେବଳ ଚାକିରି କରିବାର ସୁଯୋଗ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟରେ ଆରମ୍ଭ ହୋଇଛି । ଆପଣ ଏହି ନିଯୁକ୍ତି ପାଇଁ ଆବେଦନ ୩୦ ଡିସେମ୍ବର ପର୍ଯ୍ୟନ୍ତ କରିପାରିବେ, ପ୍ରାର୍ଥୀମାନେ ଏହି ତାରିଖ କିମ୍ବା ପୂର୍ବରୁ ଆବେଦନ କରିବା ଉଚିତ୍ । ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ କରାଯାଇଛି, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୭୫

କନଷ୍ଟେବଳ ଜେନେରାଲ୍ ଡ୍ୟୁଟି (ପୁରୁଷ)
କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି (ମହିଳା)

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୦ ଡିସେମ୍ବର ଯାଏ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାସ୍ କରିଥିବା ଜରୁରୀ । ଆହୁରି ମଧ୍ୟ, ଯଦି ଏହା କ୍ରୀଡା କୋଟା ଅଧୀନରେ ବାହାରିଛି ତେବେ ନିଶ୍ଚିତ ଭାବରେ କ୍ରୀଡା କୋଟା ରହିବା ଆବଶ୍ୟକ ।

ବୟସ ସୀମା : ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବାବେଳେ ସର୍ବାଧିକ ୨୩ ବର୍ଷ ହେବା ଉଚିତ୍ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ବିଏସଏଫ ଲିଙ୍କରେ କ୍ଲିକ୍‌ କରି ହୋମପେଜକୁ ଯାଇ ସମସ୍ତ ବିବରଣୀ ଦେବାକୁ ହେବ ।
ଏହାପରେ ସବମିଟ୍‌ ବଟନ କ୍ଲିକ୍‌ କରି ଆପ୍ଲିକେସନ ଫର୍ମ ଭରିବାକୁ ହେବ ।
ସମସ୍ତ ଦସ୍ତାବିଜ ଭରିବା ପରେ ସବମିଟ୍‌ କରି ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।