IOCL ରେ ଲ’ ଅଫିସର ପାଇଁ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ରେ ଖାଲିପଡିଛି ପଦବୀ । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୮, ୨୦୨୪ ରହିଛି ।

ପଦବୀ ବିବରଣୀ : ୧୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୮ ଅକ୍ଟୋବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ଏଲଏଲବି ସହିତ ଗ୍ରାଜୁଏସନ ଡିଗ୍ରୀ କିମ୍ବା ୫ ବର୍ଷୀୟ ଇଣ୍ଟିଗ୍ରେଟେଡ଼ ଏଲଏଲବି ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି । ଓବିସି, ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ଛାଡ୍‌ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପିଜି CLAT 2024 ପରୀକ୍ଷାରେ ମିଳିଥିବା ମାର୍କ ଅନୁଯାୟୀ ହେବ । ପରୀକ୍ଷା ଅନୁଯାୟୀ ପ୍ରାର୍ଥୀ ସର୍ଟଲିଷ୍ଟ କରାଯିବ । ଏହାପରେ ଗ୍ରୁପ ଡିସକସନ, ଗ୍ରୁପ୍‌ ଟାସ୍କ, ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ଚୟନ ହେବ ।

ଆବେଦନ ପ୍ରକ୍ରିୟା : ଇଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପ୍ରାର୍ଥୀ ସମସ୍ତ ଦସ୍ତାବିଜ, ପାସପୋର୍ଟ ଫଟୋ, ଦସ୍ତଖତ ରଖିଥିବା ଜରୁରୀ । ଆବେଦନ ପାଇଁ ଇମେଲ ଆଇଡି, ମୋବାଇଲ ନମ୍ବର ଆବଶ୍ୟକ ।

ପିଜି CLAT 2024ର ଆଡମିଟ୍‌ କାଡ ନମ୍ବର, ଆବେଦନ ସଂଖ୍ୟା, ଜନ୍ମ ତାରିଖ ଏବଂ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଫର୍ମ ଭରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like