RITES ଇଂଜିନିୟରି ପ୍ରଫେସନାଲ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ସ ସର୍ଭିସ ଲିମିଟେଡ (RITES) ରେଗୁଲାର ବେସିସରେ ଇଂଜିନିୟର ପ୍ରଫେସନାଲ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ୨ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୬ ଜାନୁଆରୀରୁ ଆରମ୍ଭ ହୋଇଛି । ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୧
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୬ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨ ଫେବୃଆରୀ ୨୦୨୫ରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ବିଇ/ବିଟେକ/ମାଷ୍ଟର ଅଫ ଆର୍କିଷ୍ଟେଚର/ଏମଇ/ଏମଟେକ ଆଦି କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୨ ବର୍ଷରୁ ୪୩ ବର୍ଷ ଯାଏଁ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମାନୁସାରେ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ଇଚ୍ଛୁକ ଜେନେରାଲ/ଓବିସି ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD/EWS ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମ ପେଜର କ୍ୟାରିଅର ସେକ୍ସନକୁ ଯିବାକୁ ହେବ ।
ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରି ଜରୁରୀ ସୂଚନା ଦେବାକୁ ହେବ ।
ନିର୍ଦ୍ଧାରିତ ଶୁଳ୍କ ଭରିବା ପରେ ଫର୍ମ ଜମା କରି ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।