RPSC ରେ ଆସିଷ୍ଟାଣ୍ଟ ଇଂଜିନିୟର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ଆସିଷ୍ଟାଣ୍ଟ ଇଂଜିନିୟର ପଦବୀ । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୦୧୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ସେପ୍ଟେମ୍ବର ୨୦୨୪ ଥିଲା । କିନ୍ତୁ ଏହାକୁ ଏବେ ବଢାଇ ୧୫ ସେପ୍ଟେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଇ କିମ୍ବା ବିଟେକ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ପ୍ରାର୍ଥୀ ୬୦୦ ଟଙ୍କା ଏବଂ ସଂରକ୍ଷିତ ପ୍ରାର୍ଥୀ ୪୦୦ ଟଙ୍କା ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପେ୍ରାବେସନ ପିରିଅଡରେ ୩୬ ହଜାର ମାସିକ ଦରମା ଏବଂ ପରେ ୫୬ ହଜାର ମାସିକ ଦରମା ମିଳିବ । ଏହାସହିତ ଅନ୍ୟ ସୁବିଧା ମଧ୍ୟ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟ ପରୀକ୍ଷା ପରେ ହେବ । ଏଥିପାଇଁ ପ୍ରି, ମେନ୍ସ ଏବଂ ଇଣ୍ଟରଭୁ୍ୟ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like