ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ ଖାଲିପଡିଛି । ଖାଲିପଡିଥିବା ପଦବୀ ପାଇଁ ପରୀକ୍ଷା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧,୦୩,୭୬୯
ଉତ୍ତର ରେଲୱେ : ୧୩୧୫୩
ପୂର୍ବ ରେଲୱେ: ୧୦୮୭୩
ପଶ୍ଚିମ ରେଲୱେ : ୧୦୭୩୪
ଦକ୍ଷିଣ ରେଲୱେ : ୯୫୭୯
ସେଣ୍ଟ୍ରାଲ ରେଲୱେ : ୯୩୪୫
ସାଉଥ ସେଣ୍ଟ୍ରାଲ ରେଲୱେ : ୯୩୨୮
ସାଉଥ ୱେଷ୍ଟର୍ଣ୍ଣ ରେଲୱେ : ୭୧୬୭
ଅନ୍ୟାନ୍ୟ ଖାଲିପଡିଥିବା ପଦବୀ ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ ।
ଜରୁରୀ ତାରିଖ : ଖାଲିପଡିଥିବା ପଦବୀ ପାଇଁ ପରୀକ୍ଷା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ/ଆଇଟିଆଇ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୩୩ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଭାଇଭା ଟେଷ୍ଟ, ମେଡିକାଲ ଫିଟନେସ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ମାଧ୍ୟମରେ ହେବ ।
ଆବେଦନ ଶୁଳ୍କ : ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ/ଓବିସି/EWS ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ୨୫୦ ଟଙ୍କା ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୨,୫୦୦ରୁ ୨୫,୩୮୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।