RRB ଅଧିନରେ ୭୯୫୧ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଜେଇ ପାଇଁ ନୋଟିଫିକେସନ ଆଜିଠାରୁ ଜାରି ହୋଇଛି । ଏଠାରେ ୭୯୫୧ ପଦବୀ ଖାଲିପଡିଛି । ଜୁନିଅର ଇଂଜିନିୟର, ଡିପୋ ମାଟେରିଆଲ ସୁପରିଟେଣ୍ଡେଣ୍ଟ, କେମିକାଲ ଏବଂ ମେଟାଲଅର୍ଜିକାଲ ଆସିଷ୍ଟାଣ୍ଟ ଏବଂ ଅନ୍ୟ ପଦବୀ ।
ପଦବୀ ବିବରଣୀ : ୭୯୫୧
ଜୁନିଅର ଇଂଜିନିର: ୭୯୩୪
ଅନ୍ୟ ସବୁ ପଦବୀ : ୧୭
ଜରୁରୀ ତାରିଖ : ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଅଗଷ୍ଟ ୨୯ ଯାଏଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ୩ ବର୍ଷ ଡିପ୍ଲୋମା କରିଥିବା ଜରୁରୀ । ବିଇ/ବିଟେକ ଇଂଜିନିୟରିଂ ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୩୬ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଭଲ ଭାବେ ଚେକ୍ କରିବା ପରେ ଆବେଦନ କରିପାରିବେ ।
ଆବେଦନ ଶୁଳ୍କ : ସାଧାରଣ ଶ୍ରେଣୀ ଇଚ୍ଛୁକ ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୭ମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । ତେବେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୬ ହଜାରରୁ ଅଧିକ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ବେସ୍ ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ଫିଟନେସ ଟେଷ୍ଟ, ମେରିଟ ଲିଷ୍ଟ ଅନୁଯାୟୀ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।