ରେଳବାଇରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ରେଲେଓ୍ଵ ପାରାମେଡିକାଲ କ୍ୟାଟେଗୋରୀ ଭର୍ତ୍ତି ୨୦୨୪ ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅଭିଯାନରେ ଡାଇଟିସିଆନ୍, ନର୍ସିଂ ସୁପରିଟେଣ୍ଡେଣ୍ଟ, ଡେଣ୍ଟାଲ, କ୍ଲିନିକାଲ ସାଇକୋଲୋଜିଷ୍ଟ, ସ୍ପିଚ ଥେରାପି, ଲ୍ୟାବ ସୁପରିଟେଣ୍ଡେଣ୍ଟ ସମେତ ୧୩୭୬ ପଦବୀରେ ଭର୍ତ୍ତି ହେବ ।
ପଦବୀ ବିବରଣୀ : ୧୩୭୬
ଜରୁରୀ ତାରିଖ : ଅନଲାଇନ ଆବେଦନ ପ୍ରକ୍ରିୟା ୧୭ ଅଗଷ୍ଟ ୨୦୨୪ରୁ ଆରମ୍ଭ ହେବ । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ ଫର୍ମ ଜମା କରିପାରିବେ । ଆବେଦନ ଫର୍ମ ସଠିକ୍ କରିବା ପାଇଁ ୧୭ ସେପ୍ଟେମ୍ବରରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଓ୍ଵିଣ୍ଡୋ ଖୋଲା ରହିବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ମେଡିକାଲ ଡିଗ୍ରୀ, ଡିପ୍ଲୋମା କିମ୍ବା ସାର୍ଟିଫିକେଟ ପ୍ରାପ୍ତ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୧ ବର୍ଷ ଏବଂ କିଛି ପଦବୀ ପାଇଁ ୩୩ରୁ ୪୩ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଅନଲାଇନ କମ୍ପ୍ୟୁଟର ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ଟେଷ୍ଟ ଆଧାରରେ ହେବ । କମ୍ପ୍ୟୁଟର ପରୀକ୍ଷା ଅନେକ ପର୍ଯ୍ୟାୟରେ ହେବ । କମ୍ପ୍ୟୁଟର ପରୀକ୍ଷା ପରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ଏହାପରେ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ମୋବାଇଲ ଏସଏମଏସ କିମ୍ବା ଇମେଲ ଜରିଆରେ ସୂଚନା ଦିଆଯିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।