ରେଲୱେରେ ୩୨,୪୩୮ ପଦବୀ ପାଇଁ ଭର୍ତ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ରେଲୱେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ରେଲୱେ ଭର୍ତ୍ତି ବୋର୍ଡ (RRB) ଲେବଲ ୧ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨୩ ଜାନୁଆରୀ ୨୦୨୫ରୁ ୨୨ ଫେବୃଆରୀ ୨୨ ପର୍ଯ୍ୟନ୍ତ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୨,୪୩୮
ଜରୁରୀ ତାରିଖ : ଯୋଗ୍ୟ ପ୍ରାର୍ଥୀ ୨୩ ଜାନୁଆରୀ ୨୦୨୫ରୁ ୨୨ ଫେବୃଆରୀ ୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଇଂଜିନିୟରିଂରେ ଡିପ୍ଲୋମା କିମ୍ବା ଡିଗ୍ରୀ କରିଥିବା ଜରୁରୀ । ଏହାସହିତ ଆଇଟିଆଇ ପାସ୍ କରିଥିବା ମଧ୍ୟ ଜରୁରୀ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୬ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ଶୁଳ୍କ : ସାମାନ୍ୟ ବର୍ଗ ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି PwBD /ମହିଳା/ଟ୍ରାନ୍ସଜେଣ୍ଡର/ପୂର୍ବତନ ସୈନିକ ଏବଂ ଏସି/ଏସଟି/ସଂଖ୍ୟାଲଘୁ/ଆର୍ଥିକ ଭାବେ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଦେବାକୁ ହେବ । ଆବେଦନ ଶୁଳ୍କ ଅନଲାଇନ ମାଧ୍ୟମରେ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ rrbahmedabad.gov.in କୁ ଯାଆନ୍ତୁ ।
ଏହାପରେ ରିକ୍ରୁଟମେଣ୍ଟ ସେକ୍ସନକୁ ଯାଇ ଜରୁରୀ ସୂଚନା ଦିଅନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରନ୍ତୁ । ଆବେଦନ ଶୁଳ୍କ ଭରିବା ପରେ ଶେଷରେ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ପରୀକ୍ଷା, ପିଇଟି, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ମାଧ୍ୟମରେ ହେବ ।
Also Read : IOCL ରେ ୩୧୩ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ