SAIL ରେ ଖାଲିପଡିଛି ଡକ୍ଟର ପଦବୀ, ଓ୍ଵାକ୍-ଇନ-ଇଣ୍ଟରଭ୍ୟୁରେ ହେବ ଚୟନ
ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (SAIL) ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ସେଲ୍ କନସଲଟାଣ୍ଟ ପାଇଁ ୧୯ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ଦୁର୍ଗାପୁର ପାଇଁ ହେବ । ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏହି ଭର୍ତ୍ତି ଓ୍ଵାକ-ଇନ-ଇଣ୍ଟରଭ୍ୟୁ ଜରିଆରେ ହେବ । ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟାରେ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ sail.co.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୯
ଜିଡିଏମଓ : ୧୦
ଜିଡିଏମଓ (ଡେଣ୍ଟାଲ) : ୧
ସ୍ପେଶାଲିଷ୍ଟ (ରେଡିଓଲୋଜି) : ୨
ସ୍ପେଶାଲିଷ୍ଟ (ନେତ୍ର ରୋଗ) : ୧
ସ୍ପେଶାଲିଷ୍ଟ ( ସର୍ଜରୀ) : ୨
ସ୍ପେଶାଲିଷ୍ଟ (ସ୍ତ୍ରୀ ରୋଗ ଏବଂ ପ୍ରସୂତି ) : ୧
ସ୍ପେଶାଲିଷ୍ଟ (ଆନାସ୍ଥେସିୟୋଲୋଜି) : ୧
ସ୍ପେଶାଲିଷ୍ଟ (ଓଏଚଏସ) : ୧
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀ ପାଇଁ ଏମବିବିଏସ ଡିଗ୍ରୀ କିମ୍ବା ବିଡିଏସ ଡିଗ୍ରୀ ସହିତ ସ୍ପେଶାଲିଷ୍ଟରେ ପିଜି ଡିଗ୍ରୀ କିମ୍ବା ଡିପ୍ଲୋମା ହେବା ଜରୁରୀ । ମେଡିକାଲ କାଉନସିଲ କିମ୍ବା ଟେଷ୍ଟ ମେଡିକାଲ କାଉନସିଲରେ ପଦବୀ ପାଇଁ ଆବେଦନ କରିପାରିବେ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୬୯ ବର୍ଷ ହେବା ଜରୁରୀ ।
କେମିତି ହେବ ଚୟନ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଓ୍ଵାକ୍-ଇନ ଇଣ୍ଟରଭ୍ୟୁ ଆଧାରରେ ହେବ । ଇଣ୍ଟରଭ୍ୟୁ ପାଇଁ ସମସ୍ତ ଶିକ୍ଷାଗତ ଏବଂ ଅଭିଜ୍ଞତା ସାର୍ଟିଫିକେଟ ନେଇ ଯିବାକୁ ହେବ ।
ଦରମା : ପଦବୀ ଅନୁସାରେ ମାସିକ ଦରମା ଅଲଗା ଅଲଗା ରହିବ । ତେବେ ଚୟନିତ ପ୍ରାର୍ଥୀଙ୍କୁ ୭୦ ହଜାରରୁ ୧ ଲକ୍ଷରୁ ଅଧିକ ଦରମା ମାସିକ ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।