SBI ରେ ଜୁନିଅର ଆସୋସିଏଟ୍ ପାଇଁ ୧୩୭୩୫ ପଦବୀ ଖାଲି, ଆଜିଠାରୁ କରନ୍ତୁ ଆବେଦନ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଠାରେ ଜୁନିଅର ଆସୋସିଏଟ୍(କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୭ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି ପଦବୀରେ ଭର୍ତ୍ତି ପୁରା ଦେଶର ବିଭିନ୍ନ ରାଜ୍ୟରେ ଥିବା ଏସବିଆଇ ବ୍ୟାଙ୍କରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୩,୭୩୫
ଲକ୍ଷ୍ନୌ/ନୂଆଦିଲ୍ଲୀ : ୧୮୯୪
ଭୋପାଳ : ୧୩୧୭
କୋଲକତା : ୧୨୫୪
ବିହାର : ୧୧୧୧
ଓଡିଶା : ୩୨୨
ଅନ୍ୟାନ୍ୟ
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୭ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୭ ଡିସେମ୍ବର ପରେ କୌଣସି ଆବେଦନ ସ୍ବୀକାର କରାଯିବ ନାହିଁ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରିଲିମ୍ସ ପରୀକ୍ଷା ଏବଂ ମେନ୍ ପରୀକ୍ଷା ଆଧାରରେ ହେବ ।
ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ପ୍ରାର୍ଥୀ/ଓବିସି/EWS ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ବିନା ଶୁଳ୍କରେ ଆବେଦନ କରିପାରିବେ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।