SBIରେ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ ସରକାରୀ ବ୍ୟାଙ୍କ ଏସବିଆଇରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ଖୋଜୁଥିଲେ, ତୁରନ୍ତ ଆବେଦନ କରନ୍ତୁ । ରେଜିଷ୍ଟ୍ରେସନ ୨୨ ନଭେମ୍ବରରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୪ ରହିଛି । ଶେଷ ତାରିଖ ପୂର୍ବରୁ ତୁରନ୍ତ ଆବେଦନ କରନ୍ତୁ । ଏହା ବ୍ୟତୀତ ଯଦି ଏହି ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଅଫିସିଆଲ ୱେବସାଇଟ sbi.co.in ଚେକ୍‌ କରନ୍ତୁ ।

ଖାଲି ପଦବୀ ବିବରଣୀ : ୧୬୯

ଆସିଷ୍ଟାଣ୍ଟ ମ୍ୟାନେଜର୍ (ଇଞ୍ଜିନିୟର୍-ସିଭିଲ୍) : ୪୨
ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର୍-ଇଲେକ୍ଟ୍ରିକାଲ୍) : ୨୫
ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର-ଫାୟାର) : ୧୦୧
ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର-ସିଭିଲ) : ୧

ଜରୁରୀ ତାରିଖ :
ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା :
ଆସିଷ୍ଟାଣ୍ଟ ମ୍ୟାନେଜର୍ (ଇଞ୍ଜିନିୟର୍-ସିଭିଲ୍) ପାଇଁ: ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅତି କମରେ ୬୦% ମାର୍କ ସହିତ ଇଞ୍ଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ । ଏହା ବ୍ୟତୀତ ଅତିକମରେ ୨ ବର୍ଷର ଅଭିଜ୍ଞତା ରହିବା ଉଚିତ୍ ।

ଆସିଷ୍ଟାଣ୍ଟ ମ୍ୟାନେଜର୍ (ଇଞ୍ଜିନିୟର୍-ଇଲେକ୍ଟ୍ରିକାଲ୍) ପାଇଁ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅତି କମରେ ୬୦% ମାର୍କ ସହିତ ଇଞ୍ଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ । ଏହା ବ୍ୟତୀତ ଅତିକମରେ ୨ ବର୍ଷର ଅଭିଜ୍ଞତା ରହିବା ଉଚିତ୍ ।

ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର-ଫାୟାର) ପାଇଁ : ପ୍ରାର୍ଥୀ ନାଗପୁରର ନ୍ୟାସନାଲ ଫାୟାର ସର୍ଭିସ କଲେଜରୁ B.E (ଅଗ୍ନି) ଡିଗ୍ରୀ ହାସଲ କରିବା ଉଚିତ । କିମ୍ବା B.E / B.Tech (ସୁରକ୍ଷା ଏବଂ ଅଗ୍ନି ଇଞ୍ଜିନିୟରିଂ), B.E / B.Tech କିମ୍ବା ଅଗ୍ନି ନିରାପତ୍ତା କ୍ଷେତ୍ରରେ ସମାନ ୪ ବର୍ଷର ଡିଗ୍ରୀ କରିବା ଜରୁରୀ । ଏହା ବ୍ୟତୀତ ଅତିକମରେ ୨ ବର୍ଷର ଅଭିଜ୍ଞତା ରହିବା ଉଚିତ୍ ।

ଆବେଦନ ଶୁଳ୍କ :

ଆବେଦନ କରିବା ପାଇଁ ଜେନେରାଲ, EWs ଓବିସି ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଚୟନ ପ୍ରକ୍ରିୟା :
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆ ଦେଇ ଯିବାକୁ ପଡିବ । ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର-ଫାୟାର) ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ସିଧାସଳଖ ସର୍ଟ ଲିଷ୍ଟ ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ ।

ଦରମା :

ଚୟନିତ ପ୍ରାର୍ଥୀଙ୍କୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ଏହା ବ୍ୟତୀତ ଅନେକ ପ୍ରକାରର ଭତ୍ତା ମଧ୍ୟ ଦିଆଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

sbi.co.in

You might also like