SBI SCOରେ ପଦବୀ ଖାଲି, ଜାଣନ୍ତୁ କେମିତି ହେବ ଚୟନ

ଯଦି ଆପଣ ଏସବିଆଇରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ଖୋଜୁଥିଲେ, ତୁରନ୍ତ ଆବେଦନ କରନ୍ତୁ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ପେଶାଲିଟି କ୍ୟାଡର ଅଫିସର ପଦ ଖାଲି ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ sbi.co.in ରେ SBI ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ୨୭ ନଭେମ୍ବରରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ୧୭ ଡିସେମ୍ବର ୨୦୨୪ ରହିଛି । ଶେଷ ତାରିଖ ପୂର୍ବରୁ ତୁରନ୍ତ ଆବେଦନ କରନ୍ତୁ । ଏହା ବ୍ୟତୀତ ଯଦି ଏହି ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଅଫିସିଆଲ ୱେବସାଇଟ sbi.co.in ଚେକ୍‌ କରନ୍ତୁ ।

ଖାଲି ପଦବୀ ବିବରଣୀ : ୨୫

ହେଡ୍ (ପ୍ରଡକ୍ଟ, ଇନଭେଷ୍ଟମେଣ୍ଟ ଏବଂ ରିସର୍ଚ୍ଚ): ୧ ପୋଷ୍ଟ
ଜୋନାଲ ହେଡ୍: ୪ ଟି ପୋଷ୍ଟ
ରିଜିଓନାଲ ହେଡ୍ : ୧୦ ଟି ପୋଷ୍ଟ
ରିଲେସନସିପ ମ୍ୟାନେଜର – ଟିମ୍ ଲିଡ୍ : ୯ ଟି ପୋଷ୍ଟ
ସେଣ୍ଟ୍ରାଲ ରିସର୍ଚ୍ଚ ଟିମ୍ : ୧ ପୋଷ୍ଟ

ଜରୁରୀ ତାରିଖ : ଇଛୁକ ପ୍ରାର୍ଥୀ ୧୭ ଡିସେମ୍ବର ୨୦୨୪ ଯାଏଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଛୁକ ଥିବା ପ୍ରାର୍ଥୀ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ଅଧିକ ଜାଣିବା ପାଇଁ ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ମଧ୍ୟ ପଦବୀ ଅନୁସାରେ ଅଲଗା ଅଲଗା ରହିଛି ।

ଆବେଦନ ଶୁଳ୍କ : ସାଧାରଣ/EWS/OBC ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ପଡିବ । ସେହିପରି ଅନୁସୂଚିତ ଜାତି/ଜନଜାତି/PwBD ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଆବେଦନ ଶୁଳ୍କ ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ ଦେବାକୁ ହେବ ।

ଚୟନ ପ୍ରକ୍ରିୟା : ପଦବୀ ଅନୁସାରେ ଚୟନ ମଧ୍ୟ ଭିନ୍ନ ଭିନ୍ନ ପ୍ରକ୍ରିୟା ମାଧ୍ୟମରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like