SIDBI ରେ ଖାଲି ପଡିଛି ପଦବୀ, ମାସକୁ ଦରମା ୧ ଲକ୍ଷରୁ ଅଧିକ

ଚାକିରି ଖୋଜୁଛନ୍ତି କି ? ସ୍ମଲ ଇଣ୍ଡଷ୍ଟ୍ରୀଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ( SIDBI) ପକ୍ଷରୁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଗ୍ରେଡ ଏ ଏବଂ ଗ୍ରେଡ ବି ପଦବୀରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୭୨

ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ ଏ) : ୫୦
ମ୍ୟାନେଜର (ଗ୍ରେଡ ବି) : ୨୨

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୮ ନଭେମ୍ବରରୁ ଡିସେମ୍ବର ୨ ତାରିଖ ଯାଏଁ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଏବଂ ଗ୍ରୁପ ଡିସକସନ ଏବଂ ଇଣ୍ଟରଭିୟୁ ଜରିଆରେ ହେବ ।

ଦରମା : ଚୟନିତ ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରାର୍ଥୀଙ୍କୁ ୧,୦୦,୦୦୦ରୁ ଆରମ୍ଭ କରି ମ୍ୟାନେଜର ଗ୍ରେଡ ବି ପ୍ରାର୍ଥୀ ୧,୧୫,୦୦୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିବାକୁ ହେବ ।
ପ୍ରଥମେ ଆପ୍ଲାଏ ଅନଲାଇନରେ କ୍ଲିକ୍ କରନ୍ତୁ ।
ଏହାପରେ ନିଜର ସମସ୍ତ ବିବରଣୀ ଦେଇ ଆକାଉଣ୍ଟରେ ଲଗଇନ୍ କରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ପରେ ସବୁକିଛି ଦାଖଲ କରନ୍ତୁ ।
ଡକ୍ୟୁମେଣ୍ଟ ଏବଂ ଫଟୋ ଦେବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ଫର୍ମ ସବମିଟ୍ କରି ଶେଷରେ ଏକ କପି ନିଜ ପାଖରେ ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like