ବିନା ପରୀକ୍ଷାରେ ମିଳିବ ରେଲୱେ ଚାକିରି, ବୋର୍ଡରେ ୫୦% ମାର୍କ ରଖିଥିବା ଜରୁରୀ

ସାଉଦର୍ନ ରେଲୱେ ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୨୫୦୦ରୁ ଅଧିକ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ପ୍ରାର୍ଥୀଙ୍କ ଚୟନ ବିନା ପରୀକ୍ଷାରେ ହେବ । କେବଳ ବୋର୍ଡ ଏବଂ ଆଟିଆଇ ମାର୍କ ଆଧାରରେ ହେବ ।

ରେଲୱେ ଚାକିରି ଖୋଜୁଛନ୍ତି ଆପଣଙ୍କ ପାଇଁ ଖୁସି ଖବର । ସାଉଦର୍ନ ରେଲୱେ ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୨୫୦୦ରୁ ଅଧିକ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିଳମ୍ବ ନ କରି ତୁରନ୍ତ ଆବେଦନ କରିଦିଅନ୍ତୁ ।

ଇଚ୍ଛୁକ ପ୍ରାର୍ଥୀ sr.indianrailways.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୮୬୦

ଜରୁରୀ ତାରିଖ : ଆବେଦନ ତାରିଖ ୨୯ ଜାନୁଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ୧୦ମ/୧୨ଶ ପାସ୍‌ କରିଥିବା ଜରୁରୀ । ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ପାସ୍‌ କରିଥିବା ଜରୁରୀ । ଏହାସହିତ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ବିନା ପରୀକ୍ଷାରେ ହେବ । କେବଳ ବୋର୍ଡ ଏବଂ ଆଟିଆଇ ମାର୍କ ଆଧାରରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.