Ssc cgl ରେ ପରୀକ୍ଷା ପାଇଁ ନୋଟିଫିକେସନ ଜାରି, ୧୭ ହଜାରରୁ ଅଧିକ ପଦବୀ ଖାଲି

ଷ୍ଟାଫ ସିଲେକ୍ସନ କମିଶନ(SSC) ରେ କମ୍ବାଇନଡ ଗ୍ରାଜୁଏଟ ଲେବଲ ପରୀକ୍ଷା ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ୧୭,୭୨୭ ପଦବୀରେ ଭର୍ତ୍ତି ହେବ । ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ ssc.gov.in କୁ ଯାଇ ଅନଲାଇନ ଆବେଦନ କରିବାକୁ ହେବ ।

ପଦବୀ ବିବରଣୀ : ୧୭,୭୨୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୪ ଜୁଲାଇ ରହିଛି । ଆବେଦନ ଶୁଳ୍କ ଜମା କରିବାର ତାରିଖ ୨୫ ଜୁଲାଇ ରହିଛି । ଫର୍ମରେ କିଛି ତ୍ରୁଟି କରିଥିଲେ ସୁଧାରିବା ପାଇଁ ୧୦ ଏବଂ ୧୧ ଅଗଷ୍ଟରେ ହେବ ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା :

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଅଫିସିଆଲ ସାଇଟ ଚେକ୍‌ କରନ୍ତୁ ।

ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮-୩୦, ୨୦-୩୦, ୧୮-୩୨ କିମ୍ବା ୧୮-୨୭ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ କିମ୍ବା ପୂର୍ବତନ ସୈନିକ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ୍‌ ମିଳିବ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ହେବ । ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ପରୀକ୍ଷାରେ ସର୍ବନିମ୍ନ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.