ଖାଲିପଡିଛି ଜୁନିଅର ହିନ୍ଦୀ ଟ୍ରାନ୍ସଲେଟର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏସଏସସି ଜିଏଚଟି ୨୦୨୪ ନୋଟିଫିକେସନ ଜାରି କରିଛି । ନୋଟିଫିକେସନ ମୁତାବକ, ଦେଶର ଅଲଗା ଅଲଗା ମନ୍ତ୍ରଣାଳୟ/ବିଭାଗରେ ହିନ୍ଦୀ ଟ୍ରାନ୍ସଲେଟର ପଦବୀ ଖାଲିପଡିଛି । ଏଥିରେ ଭର୍ତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୨୫ ଯାଏଁ ଆବେଦନ କରିପାରିବେ ।

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ଭାରତ, ନେପାଳ ଓ ଭୂଟାନର ନାଗରିକତ୍ୱ ଥିବା ଜରୁରୀ ।

ପଦବୀ ବିବରଣୀ : ୩୧୨

ଜୁନିଅର ହିନ୍ଦୀ ଟ୍ରାନ୍ସଲେଟର, ଜୁନିଅର ଟ୍ରାନ୍ସଲେଟର, ସିନିଅର ହିନ୍ଦୀ ଟ୍ରାନ୍ସଲେଟର, ସିନିଅର ଟ୍ରାନ୍ସଲେଟରର ଗ୍ରୁପ ବି ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ଅଗଷ୍ଟ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀ ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।

କିପରି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ୪ଟି ପର୍ଯ୍ୟାୟରେ ହେବ । ଇଚ୍ଛୁକ ପ୍ରାର୍ଥୀ ଲିଖିତ ପରୀକ୍ଷା(୧), ଲିଖିତ ପରୀକ୍ଷା (୨), ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ଚେକଅପ୍‌ ପରେ ହେବ ।

କେମିତି କରିବେ ଆବେଦନ :

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ଅପ୍ଲାଏ ଅପସନରେ କ୍ଲିକ୍‌ କରନ୍ତୁ ।
ତା’ ପରେ ଜୁନିଅର ଟ୍ରାନ୍ସଲେଟ ପରୀକ୍ଷା ଲିଙ୍କରେ କ୍ଲିକ୍‌ କରନ୍ତୁ ।
ଏବେ ପରୀକ୍ଷା ପାଇଁ ଆବେଦନ କରିବା ପାଇଁ ଲଗଇନ କରନ୍ତୁ ।
ଏହାପରେ ନିଜର ରେଜିଷ୍ଟ୍ରେସନ କରନ୍ତୁ ।
ପରେ ଲଗଇନ ବିବରଣୀ ଭରିବା ପରେ ଆବେଦନ କରନ୍ତୁ ।
ଆବେଦନ ଫର୍ମ ଭରନ୍ତୁ ।
ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଫର୍ମ ସବିମିଟ୍‌ କରନ୍ତୁ । ଶେଷରେ ଆବଶ୍ୟକତା ପାଇଁ ହାର୍ଡ କପି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like