ସୁପ୍ରିମକୋର୍ଟରେ ଚାକିରି ପାଇଁ କରନ୍ତୁ ଆବେଦନ, ମାସକୁ ଦରମା ୮୦ ହଜାର ଟଙ୍କା

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆରେ ଲ କ୍ଲର୍କ କମ୍ ରିସର୍ଚ୍ଚ ଆସୋସିଏଟସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ତୁରନ୍ତ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୯୦
ଜରୁରୀ ତାରିଖ : ଏହି ଭର୍ତ୍ତି ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହେବ । ୧୪ ଜାନୁଆରୀରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୭ ଫେବ୍ଆରୀ ୨୦୨୫ ରହିଛି । ଲିଖିତ ପରୀକ୍ଷା ୯ ମାର୍ଚ୍ଚ ୨୦୨୫ରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ, କଲେଜ କିମ୍ବା ସଂସ୍ଥାରୁ ଲ୍ ଗ୍ରାଜୁଏଟ କରିଥିବା ଜରୁରୀ । ଏହାଛଡା ବାର୍ କାଉନସିଲ୍ ଅଫ ଇଣ୍ଡିଆରେ ଓକିଲ ଭାବେ ରେଜିଷ୍ଟ୍ରେସନ କରିଥିବା ଜରୁରୀ । ଆଇନରେ ୫ ବର୍ଷ କିମ୍ବା ଗ୍ରାଜୁଏସନ ପରେ ୩ ବର୍ଷ ଲ୍ କୋସର୍ କରିଥିବା ଜରୁରୀ ।
ବୟସ ସୀମା : ସୁପ୍ରିମକୋର୍ଟ ଭର୍ତ୍ତି ପାଇ ପ୍ରାର୍ଥୀଙ୍କ ବୟସ ୨୦ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୮୦,୦୦୦ ଟଙ୍କା ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ୩ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ମଲ୍ଟିପଲ ଚଏସ ପ୍ରଶ୍ନ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ସବଜେକ୍ଟିଭ ପରୀକ୍ଷା, ୩ୟ ପର୍ଯ୍ୟାୟରେ ଇଣ୍ଟରଭ୍ୟୁ ହେବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କେବଳ ଅନଲାଇନ ମାଧ୍ୟମରେ ସ୍ବୀକାର କରାଯିବ । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୫୦୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : ITBP ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେବାର ସୁବର୍ଣ୍ଣ ସୁଯୋଗ, ଦରମା ଦେଢ ଲକ୍ଷରୁ ଅଧିକ