ତେଲଙ୍ଗାନା ହାଇକୋର୍ଟରେ ୧୦୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ତେଲଙ୍ଗାନା ହାଇକୋର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ହାଇକୋର୍ଟରେ କୋର୍ଟ ମାଷ୍ଟର, କମ୍ପ୍ୟୁଟର ଅପରେଟର, ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ଜୁନିଅର ଆସିଷ୍ଟାଣ୍ଟ, ଏଗଜାମିନିର ଏବଂ ଅନ୍ୟ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୮ରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ରହିଛି ।

ପଦବୀ ବିବରଣୀ : ୧୦୦୦

କୋର୍ଟ ମାଷ୍ଟର : ୧୨
କମ୍ପ୍ୟୁଟର ଅପରେଟର : ୧୧
ଆସିଷ୍ଟାଣ୍ଟ : ୪୨
ଏଗଜାମିନର : ୨୪
ଟାଇପିଷ୍ଟ : ୧୨
କପିଷ୍ଟ : ୧୬
ସିଷ୍ଟମ ଏନାଲିଷ୍ଟ : ୨୦
ଅଫିସ ସବଅର୍ଡିନେଟ : ୭୫
ଷ୍ଟେନୋଗ୍ରାଫର ଗ୍ରେଡ ୨ : ୪୫
ଜୁନିଅର ଆସିଷ୍ଟାଣ୍ଟ : ୩୪୦
ଫିଲ୍ଡି ଆସିଷ୍ଟାଣ୍ଟ : ୬୬
ପ୍ରୋସେସ ସର୍ଭର : ୧୩୦
ରେକର୍ଡ ଆସିଷ୍ଟାଣ୍ଟ : ୫୨
ଅଫିସ ସବଅର୍ଡିନେଟ : ୪୭୯

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୮ ଜାନୁଆରୀରୁ ଆରମ୍ଭ ହୋଇ ୩୧ ଜାନୁଆରୀ ୨୦୨୫ରେ ସରିବ ।

ବୟସ ସୀମା : ଏଠାରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୩୪ ବର୍ଷ ମଧ୍ୟରେ ହେବା ଜରୁରୀ ।

ଲିଖିତ ପରୀକ୍ଷା : କିଛି ପଦବୀ ପାଇଁ କମ୍ପ୍ୟୁଟର ପରୀକ୍ଷା ଆୟୋଜନ ହେବ । ପରୀକ୍ଷା ପାଇଁ ୯୦ ଟି ପ୍ରଶ୍ନ ରହିବ । ପରୀକ୍ଷା ପାଇଁ ୧୨୦ ମିନିଟ ସମୟ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ନିର୍ଦ୍ଧାରିତ କରାଯାଇଛି । ଓସି ଓ ବିସି ଶ୍ରେଣୀ ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/EWS/ପୂର୍ବତନ ଚାକିରିଆ ୪୦୦ ଟଙ୍କା ଦେବାକୁ ପଡିବ ।

ଆବେଦନ ପ୍ରକ୍ରିୟା :

ଇଚ୍ଛୁକ ପ୍ରାର୍ଥୀ ତେଲେଙ୍ଗାନା ହାଇକୋର୍ଟର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ହୋମ ପେଜରେ ନୋଟିସରେ କ୍ଲିକ୍ କରନ୍ତୁ ।
ଅଲଗା ଅଲଗା ପଦବୀ ପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ।
ଆବଶ୍ୟକ ସୂଚନା ଭରିବା ପରେ ରେଜିଷ୍ଟ୍ରେସନ ନମ୍ବର ମିଳିବ ।
ରେଜିଷ୍ଟ୍ରେସନ ନମ୍ବର ଏବଂ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ପରେ ସବମିଟ୍ କରନ୍ତୁ ।
ଫର୍ମ ସବିମିଟ୍ କରିବା ପରେ ୟୁନିକ ନମ୍ବର ଜେନେରେଟ ହେବ ।
ଆବେଦନ ଫର୍ମ ଡାଉନଲୋଡ କରି ପ୍ରିଣ୍ଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।