ଖାଲିପଡିଛି ୫୨୫ ଅଧ୍ୟାପକ ପଦବୀ, ଜାଣନ୍ତୁ କେମିତି ହେବ ଚୟନ

ଚାକିରି ଖୋଜୁଥିଲେ ତୁରନ୍ତ କରନ୍ତୁ ଆବେଦନ । ଉତ୍ତରାଖଣ୍ଡ ପବ୍ଲିକ ସର୍ଭିସ କମିଶନରେ ୫୨୬ ପଦବୀରେ ନିଯୁକ୍ତି ହେବ । ଏଠାରେ ୫୨୫ ଅଧ୍ୟାପକ ଏବଂ ଜଣେ ଆସିଷ୍ଟାଣ୍ଟ ରିସର୍ଚ୍ଚ ଅଫିସର ପଦବୀ ଖାଲିପଡିଛି । ଏହି ଭର୍ତ୍ତି ବିଭିନ୍ନ ସରକାରୀ ପଲିଟେକନିକ ଇନଷ୍ଟିଚ୍ୟୁଟ ପାଇଁ ହେବ । ଅଧ୍ୟାପକ ନିଯୁକ୍ତି ଅଲଗା ଅଲଗା ପଲିଟେକନିକ କଲେଜ ଏବଂ ବିଷୟ ପାଇଁ ହେବ । ସେହିପରି ଆସିଷ୍ଟାଣ୍ଟ ରିସର୍ଚ୍ଚ ଅଫିସର PWD ବିଭାଗରେ ହେବ ।
ପଦବୀ ବିବରଣୀ : ୫୨୬
ଅଧ୍ୟାପକ : ୫୨୫
ଆସିଷ୍ଟାଣ୍ଟ ରିସର୍ଚ୍ଚ ଅଫିସର : ୧
ଜରୁରୀ ତାରିଖ : ଏଥିପାଇଁ ଆବେଦନ ଲିଙ୍କ ଖୋଲିସାରିଥିବା ବେଳେ ଶେଷ ଅଗଷ୍ଟ ୧୨ ତାରିଖରେ ହେବ । ଫର୍ମ ଏଡିଟ୍ ୧୮ ରୁ ୨୭ ଅଗଷ୍ଟ ମଧ୍ୟରେ ହେବା ଜରୁରୀ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧ୍ୟାପକ ପଦବୀ ପାଇଁ ସମ୍ବନ୍ଧୀୟ ବିଷୟରେ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । କିଛି ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୪୨ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
କେମିତି କରିବେ ଆବେଦନ : ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏମିତି କରିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ହେବ । ଏଠାରେ ସମସ୍ତ ବିବରଣୀ ଭରିବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାଧ୍ୟମରେ ହେବ । ପ୍ରାର୍ଥୀଙ୍କ ପରୀକ୍ଷା ବିଭିନ୍ନ ପର୍ଯ୍ୟାୟରେ ହେବ । ଏଥିପାଇଁ ଇଣ୍ଟରଭ୍ୟୁ ଏବଂ ଶେଷରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ସମସ୍ତ ପର୍ଯ୍ୟାୟରେ ପାସ୍ ହେବା ପରେ ଚୟନ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।