UPSC NDA I, CDS I ପରୀକ୍ଷା ପାଇଁ ନୋଟିଫିକେସନ୍ ଜାରି, ଜାଣନ୍ତୁ ଡିଟେଲ୍ସ
UPSC NDA I, CDS I ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । UPSC NDA I, CDS I ପରୀକ୍ଷା ୨୦୨୫ ର ବିଜ୍ଞପ୍ତି ୧୧ ଡିସେମ୍ବରରେ ପ୍ରକାଶ ପାଇଛି । ଏହାର ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ ଯାଇ ଏଥିପାଇଁ ଆବେଦନ କରିପାରିବେ । ଏହି ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଚେକ କରିପାରିବେ ।
ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪ । ଆଗ୍ରହୀ ପ୍ରାର୍ଥୀମାନେ ଏହି ତାରିଖ କିମ୍ବା ପୂର୍ବରୁ ଆବେଦନ କରିବା ଉଚିତ୍ ।
ପଦବୀ ବିବରଣୀ :
CDS I : ୪୫୭ ଟି ପଦବୀ ।
NDA & NA I: ବିଜ୍ଞପ୍ତିରୁ ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରାୟ ୪୦୬ ଟି ପଦବୀରେ ନିଯୁକ୍ତି କରାଯିବ । NDA ପାଇଁ ୩୭୦ ଟି ଏବଂ NA ପାଇଁ ୩୬ ଟି ପଦବୀ ଖାଲି ଅଛି ।
UPSC NDA I, CDS I ୨୦୨୫ ପରୀକ୍ଷା ପାଇଁ କିପରି ଆବେଦନ କରିବେ :
ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡିକ ଅନୁସରଣ କରିପାରିବେ ।
ସର୍ବପ୍ରଥମେ ଆଗ୍ରହୀ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ ଯାଆନ୍ତୁ ।
ଏହା ପରେ ପ୍ରାର୍ଥୀମାନଙ୍କୁ ଏହାର ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ ।
ଏହା ପରେ ପ୍ରାର୍ଥୀଙ୍କ ସାମ୍ନାରେ ଏକ ୱିଣ୍ଡୋ ଖୋଲିବ, ଯେଉଁଠାରେ ପ୍ରାର୍ଥୀଙ୍କୁ ‘ଲିଙ୍କ’ ଉପରେ କ୍ଲିକ୍ କରିବାକୁ ପଡିବ ।
ଏହା କରିବା ପରେ ଏକ ୱିଣ୍ଡୋ ଖୋଲିବ, ଯେଉଁଠାରେ ପ୍ରାର୍ଥୀଙ୍କୁ ପଞ୍ଜିକରଣ କରିବାକୁ ପଡିବ ।
ଏହା କରିବା ପରେ ପ୍ରାର୍ଥୀଙ୍କୁ ତାଙ୍କର ଆବେଦନ ଫର୍ମ ପୂରଣ କରିବାକୁ ପଡିବ ।
ଆବେଦନ ଫର୍ମ ପୂରଣ କରିବା ପରେ ପ୍ରାର୍ଥୀମାନେ ଏହାକୁ ଦାଖଲ କରିବା ଉଚିତ୍ ।
ଶେଷରେ, ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମର ଏକ ପେଜ ଡାଉନଲୋଡ୍ କରିବା ଉଚିତ ଏବଂ ଏଥିରୁ ଏକ ପ୍ରିଣ୍ଟ ବାହାର କରିବା ଉଚିତ୍ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।