UPSC ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ସିଭିଲ ଇଂଜିନିୟରିଂ, ମେକାନିକାଲ ଇଂଜିନିୟରିଂ, ଇଲେକେ୍ଟ୍ରିକାଲ ଇଂଜିନିୟରିଂ ଏବଂ ଇଲେକେ୍ଟ୍ରାନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି ।
ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପଦବୀ ବିବରଣୀ : ୨୩୨
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୮ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ୮ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଛୁକ ପ୍ରାର୍ଥୀ କୌଣସି ବିଶ୍ୱବିଦ୍ୟାଳୟରୁ ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ଇଲେକେ୍ଟ୍ରାନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନନରେ ଇଂଜିନିୟରିଂ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।
ଆବେଦନ ଶୁଳ୍କ : ପ୍ରାର୍ଥୀ ଆବେଦନ କରିବା ପାଇଁ ୨୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଏଥିରେ ଛାଡ ମିଳିବ । ଆବେଦନ ଶୁଳ୍କ ଅନଲାଇନ ଜରିଆରେ କରିବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ବିଭିନ୍ନ ପର୍ଯ୍ୟାୟରେ ହେବ । ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ଇଣ୍ଟରଭିୟୁ, ପର୍ସନାଲିଟି ଟେଷ୍ଟ ଜରିଆରେ ଚୟନ ହେବ ।