୧୦ମ ପାସ୍‌ ପ୍ରାର୍ଥୀ ରେଲୱେରେ ୩୩୧୭ ପଦବୀ ପାଇଁ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ହେବ ଚୟନ

ରେଲବାଇରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୱେଷ୍ଟ ସେଣ୍ଟ୍ରାଲ ରେଲୱେ, ଜବଲପୁରରେ ଖାଲିପଡିଛି ୩୦୦୦ରୁ ଅଧିକ ପଦବୀ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୪, ୨୦୨୪ ରହିଛି । ଶେଷ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତୁ । ଏହାପରେ କୌଣସି ସୁଯୋଗ ମିଳିବ ନାହିଁ ।

ଏଥିପାଇଁ ଆବେଦନ କେବଳ ଅନଲାଇନ ହିଁ ହେବ । ଏଥିପାଇଁ ଆପଣଙ୍କୁ ଏହାର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୩୧୭

ଜେବିପି ଡିଭିଜନ : ୧୨୬୨
ବିପିଏଲ ଡିଭିଜନ : ୮୨୪
କୋଟା ଡିଭିଜନ : ୮୩୨
CRWS ବିପିଏଲ ଡିଭିଜନ : ୧୭୫
WRS କୋଟା ଡିଭିଜନ : ୧୯୬
ଜେବିପି ଡିଭିଜନ : ୨୮

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଅଗଷ୍ଟ ୫ରୁ ଆରମ୍ଭ ହୋଇଥିବା ବେଳେ ଶେଷ ସେପ୍ଟେମ୍ବର ୪ ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ୧୦ମ ପାସ୍‌ କରିଥିବା ଜରୁରୀ । ଏହି ପରୀକ୍ଷା ଯୁକ୍ତ ୨ ପରୀକ୍ଷା ଭଳି ହେବ । କିଛି ପଦବୀ ପାଇଁ ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ୧୨ଶ ରେ ବିଜ୍ଞାନରେ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ ବର୍ଷର ଛାଡ୍‌ ମିଳିବ । ଅନୁସୂଚିତ ଜାତି/ଜନଜାତି ଏବଂ ସବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛାଡ୍‌ ମିଳିବ ।

ଚୟନ କେମିତି ହେବ :

ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ ହେବ । ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାଥୀ ୧୪୧ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସଚିତ ଜାତି, ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ ଏବଂ ମହିଳା ପ୍ରାର୍ଥୀ ୪୧ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.