କେତେବେଳେ ଓ କେଉଁଠି ଟିକା ଦିଆଯିବ ସେନେଇ ଆଜି ଯିବ SMS, ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ଯିବ ସୂଚନା
କେନ୍ୟୁଜ୍(ବ୍ୟୁରୋ): ଆଉ ଦିନକ ପରେ ଦେଶବାସୀଙ୍କୁ ଦିଆଯିବ ସଞ୍ଜିବନୀ। ଟିକାକରଣ ପାଇଁ ଆଜି ଯିବ SMS। କେତେବେଳେ ଓ କେଉଁଠି ଟୀକା ଦିଆଯିବ ସେନେଇ SMS ମାଧ୍ୟମରେ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ । ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି, ସେଗୁଡିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ଜିରୋ ୱେଷ୍ଟେଜ ଉପରେ ଫୋକସ୍ ଦିଆଯିବ। ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ଟିକା ପହଞ୍ଚିସାରିଛି।
ପ୍ରଥମ ଡୋଜ୍ ନେବାର ୪୨ଦିନ ଓ ଦ୍ୱିତୀୟ ଡୋଜର ୧୪ଦିନ ପରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେବ। ତେଣୁ ପ୍ରଥମ ଡୋଜ୍ ନେବା ପରେ ଯଦି କେହି ଆକ୍ରାନ୍ତ ହେବେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆସନ୍ତା ୧୬ରେ ସକାଳ ୯ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ରାଜ୍ୟର ୧୬୨ଟି କେନ୍ଦ୍ରରେ ଟିକାକରଣ ହେବ ।