ଭାଏଗ୍ରା ଯୋଗୁ ଗର୍ଭବତୀ ହେଉନଥିଲେ ପତ୍ନୀ ! ଏକ୍ସପର୍ଟଙ୍କ ସହାୟତା ନେଲେ ଦୁଃଖୀ ସ୍ୱାମୀ

ଭାଏଗ୍ରା ନେଉଥିବା ଜଣେ ବ୍ୟକ୍ତି ରିଲେସନସିପ ପୋର୍ଟାଲରେ ନିଜର ଦୁଃଖ ଜାହିର କରି ଏକ୍ସପର୍ଟଙ୍କ ସହାୟତା ମାଗିଥିଲେ । ତାଙ୍କର ଦୁଃଖ ଥିଲା ଯେ ତାଙ୍କ ପତ୍ନୀ ମା‘ ହେଉନାହାଁନ୍ତି । ସିଏ ଭ୍ରାଏଗ୍ରା ନେଉଥିବାରୁ ତାଙ୍କ ପତ୍ନୀ ଗର୍ଭବତୀ ହେଉନଥିବା ସେ ଆଶଙ୍କା କରି ଏକ୍ସପର୍ଟଙ୍କ ରାୟ ଜାଣିବାକୁ ଚାହିଁଥିଲେ ।

ଯୌନ କ୍ରୀଡ଼ାକୁ ଅଧିକ ମଧୂର କରିବା ପାଇଁ ଲୋକେ ଭାଏଗ୍ରାର ସହାୟତା ନେଇଥାନ୍ତି । ହେଲେ ଏହା ଅଧିକାଂଶ ସମୟରେ ଘାତକ ହୋଇଥାଏ । ଜଣେ ୫୦ ବର୍ଷୀୟ ବ୍ୟକ୍ତି ରିଲେସନସିପ ପୋର୍ଟାଲରେ ଲେଖିଥିଲେ ‘‘ ଆମର ବିବାହକୁ ୧୦ ବର୍ଷ ଅତିକ୍ରାନ୍ତ ହେଲାଣୀ । ମୋର ବୟସ ୫୦ ବର୍ଷ ଓ ମୋର ପତ୍ନୀଙ୍କ ବୟସ ୩୯ ବର୍ଷ । ରତି ସୁଖ ପାଇଁ ମୁଁ ଅଧିକାଂଶ ସମୟ ଭାଏଗ୍ରା ବ୍ୟବହାର କରିଥାଏ । କିଛି ବର୍ଷ ଧରି ଆମେ ମାତା-ପିତା ହେବାକୁ ଚେଷ୍ଟା କରୁଛୁ । ହେଲେ ଆମର ଆଶା ପୂରଣ ହୋଇ ପାରୁନି ।’’

ସେ ଆହୁରି ଲେଖିଥିଲେ ‘‘ ଡାକ୍ତର ପ୍ରଥମେ ମୋର ପତ୍ନୀଙ୍କର ଅସୁବିଧା ଅଛି ବୋଲି କହିଥିଲେ । ହେଲେ ଏବେ ମୋର ପତ୍ନୀ ଠିକ୍‌ ହୋଇଥିଲେ ମଧ୍ୟ ସେ ଗର୍ଭ ଧାରଣ କରିପାରୁ ନାହାଁନ୍ତି । ମୁଁ ଭାଏଗ୍ରା ବ୍ୟବହାର କରୁଥିବାରୁ ଏହା କାରଣ କି ବୋଲି ଉକ୍ତ ବ୍ୟକ୍ତି ପଚାରିଥିଲେ ।’’

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏକ୍ସପର୍ଟ କହିଥିଲେ ‘‘ ଯଦି ଆପଣ ଡାକ୍ତରଙ୍କ ବିନା ଅନୁମତିରେ ଭାଏଗ୍ରା ନେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ନେସନାଲ ହେଲ୍‌ଥ ସର୍ଭିସ ଅନୁଯାୟୀ, ଭାଏଗ୍ରା ଫର୍ଟିଲିଟି ଉପରେ ପ୍ରଭାବ ପକାଇବା ନେଇ ସେମିତି କିଛି ଗବେଷଣା ନାହିଁ । ତେବେ ଅଧିକ ମାନସିକ ଚାପ ଯୋଗୁ ଆପଣ ନଂପୁଷକତା ଆଡକୁ ଯାଇ ପାରନ୍ତି ବୋଲି ଏକ୍ସପର୍ଟ କହିଥିଲେ । ’’

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.