ରିଲେସନସିପ

ଶୁକ୍ରାଣୁ ପରିମାଣ ବଢ଼ାଇ ବେଡ୍‌ରୁମ୍‌ ଲାଇଫ୍‌କୁ ଉପଭୋଗ୍ୟ କରାଏ ଅଶ୍ୱଗନ୍ଧା, ଏମିତି କରନ୍ତୁ ବ୍ୟବହାର

ବ୍ୟସ୍ତବହୁଳ ଲାଇଫ୍‌ଷ୍ଟାଇଲରେ କାମର ଚାପ, ଟେନ୍‌ସନ୍‌ ଓ ବିଭିନ୍ନ ଚିନ୍ତା ଯୋଗୁ ପୁରୁଷଙ୍କ ବୈବାହିକ ଜୀବନ ପ୍ରଭାବିତ ହେଉଛି। ଖାସ୍‌ କରି ଅଫିସ୍‌ ଟେନ୍‌ସନ୍‌ ଯୋଗୁ ପୁରୁଷଙ୍କ ଶାରୀରିକ ସମ୍ପର୍କ ଇଚ୍ଛା କମି କମି ଯାଉଛି। ଏହି ସମସ୍ୟାରୁ ମୁକ୍ତି ପାଇଁ ଅଧିକାଂଶ ଲୋକ ଭାଏଗ୍ରା ଭଳି ଔଷଧର ସେବନ କରୁଥିବା ବେଳେ ଆଉ କିଛି ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କିନ୍ତୁ ଏସବୁର ସାଇଡ୍‌ଇଫେକ୍ଟ ରହିଛି। ଏଣୁ ଲୋକମାନେ ଏହାକୁ ବ୍ୟବହାର କରିବାକୁ ଭୟ କରୁଛନ୍ତି। ତେବେ କେତେକ ଆୟୁର୍ବେଦ ଔଷଧ ସହାୟତାରେ ମଧ୍ୟ ଆପଣଙ୍କ ଯୌନ ଇଚ୍ଛାକୁ ବୃଦ୍ଧି କରି ପାରିବେ। ଅଶ୍ୱଗନ୍ଧା ଏକ ଏଭଳି ଆୟୁର୍ବେଦ ଔଷଧୀ ଯାହା ପୁରୁଷଙ୍କ ଯୌନ ଇଚ୍ଛା ଜାଗ୍ରତ କରିବାରେ ସାହାଯ୍ୟ କରେ।

ବୟସ ବଢ଼ିବା ସହ ପୁରୁଷଙ୍କ ସେକ୍ସ ହରମୋନ୍‌ ଟେଷ୍ଟୋଷ୍ଟେରନ୍‌ର ସ୍ତର ଦ୍ରୁତ ଗତିର କମିବାରେ ଲାଗିଥାଏ। ଏଭଳି ସ୍ଥିତିରେ ଅଶ୍ୱଗନ୍ଧା ସେବନ କରିବା ଦ୍ୱାରା ଟେଷ୍ଟୋଷ୍ଟେରନ୍‌ର ମାତ୍ରା ବୃଦ୍ଧି ପାଇଥାଏ।

ଅଶ୍ୱଗନ୍ଧା ପୁରୁଷଙ୍କ ଶରୀରରେ ଯୌନ ଇଚ୍ଛା ବୃଦ୍ଧି କରିଥାଏ, ଫଳରେ ଶୁକ୍ରାଣୁର ପରିମାଣ ଆପେ ଆପେ ବଢ଼ିଯାଏ। ନିୟମିତ ଅଶ୍ୱଗନ୍ଧା ସେବନ କରିବା ଦ୍ୱାରା ପୁରୁଷଙ୍କ ଶରୀରରେ ୧୬୭ ପ୍ରତିଶତ ଶୁକ୍ରାଣୁ ବଢ଼ିଥାଏ ବୋଲି ଏକ ସର୍ଭେରେ ଜଣାଯାଇଛି।

ବହୁ ପୁରାତନ କାଳକୁ ଅଶ୍ୱଗନ୍ଧାକୁ ଯୌନ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଉଛି। ଆୟୁର୍ବେଦିକ ଓ ହର୍ବାଲ କାମୋତ୍ତେଜକ ଉତ୍ପାଦ ପ୍ରସ୍ତୁତିରେ ଅଶ୍ୱଗନ୍ଧାକୁ ମୁଖ୍ୟ ଉପକରଣ ଭାବେ ବ୍ୟବହାର କରାଯାଏ। ଅଶ୍ୱଗନ୍ଧା ସେବନ କରିବା ଦ୍ୱାରା ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ର ମାତ୍ରା ବୃଦ୍ଧିପାଏ। ଏହା ରକ୍ତ ମାଧ୍ୟମରେ ଯୌନାଙ୍ଗ ପର୍ଯ୍ୟନ୍ତ ପହଞ୍ଚିଥାଏ। ଫଳରେ କାମୋଚ୍ଛା ଓ ସନ୍ତୁଷ୍ଟି ବଢ଼ିଥାଏ।

ଶୋଇବା ପୂର୍ବରୁ ଅଶ୍ୱଗନ୍ଧା ଚୂର୍ଣ୍ଣକୁ ଗରମ କ୍ଷୀରରେ ଗୋଳାଇ ପିଇବା ଦ୍ୱାରା କାମୋଚ୍ଛା ବୃଦ୍ଧିପାଏ। ଆପଣ ଚାହିଁଲେ ଅଶ୍ୱଗନ୍ଧାର ସପ୍ଲିମେଣ୍ଟକୁ ମଧ୍ୟ ସେବନ କରିପାରିବେ।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

26 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

28 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago