ରିଲେସନସିପ

ବିବାହ ପୂର୍ବରୁ ପାର୍ଟନରଙ୍କର ଏସବୁ କଥାକୁ ନିଶ୍ଚୟ ନୋଟିସ୍‌ କରନ୍ତୁ, ନଚେତ୍‌ ପରେ ଦେଖାଦେଇପାରେ ସମସ୍ୟା

ଭାରତୀୟ ପରମ୍ପରାରେ ବିବାହର ଏକ ବିଶେଷ ମହତ୍ତ୍ୱ ରହିଛି। ବିବାହ ପରେ ଉଭୟ ପୁଅ ଓ ଝିଅଙ୍କ ଜୀବନ ବଦଳିଯାଏ। ପ୍ରେମ ବିବାହରେ ପୁଅ ଝିଅ ପରସ୍ପରକୁ ଜାଣିଥିବା ବେଳେ ଆରେଞ୍ଜ ମ୍ୟାରେଜ୍‌ରେ ଏଭଳି ହୋଇନଥାଏ। ବିବାହ ପରେ ହିଁ ଉଭୟେ ଉଭୟଙ୍କୁ ଜାଣିଥାନ୍ତି। ସେତେବେଳେ ଯଦି କାହାକୁ କାହାର କେଉଁ ଗୁଣ ପସନ୍ଦ ନ ଆସେ ତେବେ ତ କଥା ସରିଲା। ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ମତଭେଦ ହୁଏ ଓ ପରେ ଏହି ମତଭେଦ ଝଗଡ଼ାର ରୂପ ନେଇ ଉଗ୍ରରୂପ ଧାରଣ କରେ। ଏଣୁ ଆରେଞ୍ଜ ମ୍ୟାରେଞ୍ଜ କରିବା ପୂର୍ବରୁ ଭାବି ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ବିଷୟରେ ଜାଣି ନେବା ଜରୁରୀ। ଏହା ଦ୍ୱାରା ଭବିଷ୍ୟତରେ କୌଣସି ସମସ୍ୟା ରହିବ ନାହିଁ। ଆସନ୍ତୁ ଜାଣିବା ପୁଅ ଝିଅ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ…

ଅଳସୁଆ ଓ ଅନ୍ୟ ଉପରେ ନିର୍ଭର:

ବିବାହ ପରେ ଝିଅକୁ ଶାଶୁ ଘରର ସବୁ କାମ କରିବାକୁ ପଡ଼ିଥାଏ। ଏଥିସହ ଶାଶୁ-ଶ୍ୱଶୁରଙ୍କ ସେବା ମଧ୍ୟ କରିବାକୁ ପଡ଼େ। ସବୁ ପୁଅ ଚାହାନ୍ତି ପତ୍ନୀ ତାଙ୍କ ଘର ଲୋକଙ୍କ ଯତ୍ନ ନିଅନ୍ତୁ। ଆଉ ଯଦି ଏଭଳି ନହୁଏ ଓ ଝିଅ ଅଳସୁଆ ବୋଲି ଜଣାପଡ଼େ ତେବେ ତାହା ପରେ ସମସ୍ୟା ସୃଷ୍ଟି କରେ। ଏଣୁ ବିବାହ ପୂର୍ବରୁ ଝିଅର ଏହି ଗୁଣ ଦେଖିବା ଉଚିତ।

ଇମୋସନାଲ ବ୍ଲାକ୍‌ମେଲ:

ଝିଅମାନେ ପ୍ରାୟତଃ ଇମୋସନାଲ ବ୍ଲାକମେଲ କରି ନିଜ କଥା ମନାଇଥାନ୍ତି। ଯଦି ଆପଣଙ୍କ ଭାବୀ ପତ୍ନୀ ବି ସେମିତି ହୋଇଥାନ୍ତି ତେବେ ଏହା ଚିନ୍ତାର କାରଣ ସାଜିପାରେ। ବିବାହର କିଛି ଦିନ ପର୍ଯ୍ୟନ୍ତ ଏଭଳି ଭଲ ଲାଗେ, କିନ୍ତୁ ପରେ ଏହା ମୁଣ୍ଡବିନ୍ଧାର କାରଣ ପାଲଟିପାରେ।

କଠୋର ବ୍ୟବହାର:

ଆପଣଙ୍କ ଭାବୀ ପତ୍ନୀ ଯଦି ଆପଣଙ୍କ ସହ ଭଲ ଓ ଅନ୍ୟମାନଙ୍କ ସହ କଠୋର ବ୍ୟବହାର କରୁଥାନ୍ତି ତେବେ ତାଙ୍କୁ ବିବାହ କରନ୍ତୁ ନାହିଁ। ଏଭଳି ଝିଅଙ୍କ ଯୋଗୁ ପରେ ଘରେ ଫାଟ ସୃଷ୍ଟି ହୋଇପାରେ।

ମିଛ କହୁଥିବେ:

କିଛି ଝିଅଙ୍କର ସବୁ କଥାରେ ମିଛ କହିବା ଅଭ୍ୟାସ ଥାଏ। ଯଦି ଆପଣଙ୍କ ଭାବୀ ପତ୍ନୀ ମଧ୍ୟ ସେଭଳି ହୋଇଥାନ୍ତି ଓ ପ୍ରତି କଥାରେ ମିଛ କହୁଥାନ୍ତି ତେବେ ତାଙ୍କୁ ବିବାହ କରିବା ପୂର୍ବରୁ ଆଉଥରେ ଚିନ୍ତା କରନ୍ତୁ।

WCW 11

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

3 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

9 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

23 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago