ଆଲିଙ୍ଗନ କରିବା ଦ୍ୱାରା ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ ହଗ୍ କରିବାର ଫାଇଦା
ଆମେ ଯେତେବେଳେ ଅଧିକ ଖୁସି ଥାଉ କିମ୍ବା ଦୁଃଖୀ ଥାଉ କିମ୍ବା ଯେତେବେଳେ ଅଧିକ ଉତ୍ତେଜିତ ହୋଇଯାଉ, ସେତେବେଳେ କାହାକୁ ଆଲିଙ୍ଗନ କରିଥାଉ। ଆଲିଙ୍ଗନ କରିବା ଦ୍ୱାରା ମାନସିକ ଭାବେ ଆରାମ ଲାଗେ। କେହି ଯେମିତି ଆମକୁ ସପୋର୍ଟ କରୁଛି ବା ଆମ ସହ ଅଛି ବୋଲି ଏହି ସମୟରେ ଅନୁଭବ ହୁଏ। ଏଣୁ ଏକୁଟିଆ ଲାଗିଲେ ଆମେ ଅନ୍ତରଙ୍ଗ ବନ୍ଧୁ ହୁଅନ୍ତୁ କିମ୍ବା କେହି ପରିଜନଙ୍କୁ କୁଣ୍ଢାଇ ପକାଉ।
ବୈଜ୍ଞାନିକଙ୍କ କହିବାନୁସାରେ ଆଲିଙ୍ଗନ କରିବା ଦ୍ୱାରା ମନରେ ଏକ ଉଷ୍ମ ଭାବନା ଜାଗ୍ରତ ହୁଏ। କାହା ବାହୁ ବନ୍ଧନରେ ରହିବା ଦ୍ୱାରା ବ୍ୟକ୍ତି ସୁରକ୍ଷିତ ଅନୁଭବ କରିଥାଏ। ତେବେ ଆସନ୍ତୁ ଜାଣିବା ଆଲିଙ୍ଗନ କରିବା ଦ୍ୱାରା ମିଳୁଥିବା ଲାଭ ସମ୍ପର୍କରେ:
ସମର୍ଥନ କରୁଥିବା ଅନୁଭବ କରାଏ:
ଯେତେବେଳେ ଆମେ ଦୁଃଖୀ ଥାଉ କିମ୍ବା ଚିନ୍ତାରେ ଥାଉ ସେତେବେଳେ କେହି ନିଜର ଲୋକକୁ ଆଲିଙ୍ଗନ କରିବା ଦ୍ୱାରା ତାଙ୍କ ସପୋର୍ଟ ବା ସମର୍ଥନ ମିଳିଥାଏ। ଆମ ଦୁଃଖକୁ ଦୂର କରିବାରେ ଏହି ସାଧାରଣ ଆଲିଙ୍ଗନ ସାହାଯ୍ୟ କରେ। ଆଲିଙ୍ଗନ କରିବା ଦ୍ୱାରା ଶରୀରରେ ଏକ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ, ଯାହା ଚିନ୍ତା ଦୂର କରିବା ସହ ମନକୁ ହାଲ୍କା କରେ।
ରୋଗ ଭଲ କରେ:
ଆଲିଙ୍ଗନକୁ କେହି କେହି ‘ଯାଦୁ କି ଝପ୍ପି’ ମଧ୍ୟ କହିଥାନ୍ତି। ଏହାର କାରଣ ହେଉଛି ଆଲିଙ୍ଗନ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହିଥାଏ। ଫଳରେ ବ୍ୟକ୍ତି ରୋଗମୁକ୍ତ ମଧ୍ୟ ରହେ। ଏକ ରିସର୍ଚ୍ଚ ମୁତାବକ ଆଲିଙ୍ଗନ କରିବା ଦ୍ୱାରା ଶରୀରର ୩୦ ପ୍ରତିଶତ ରୋଗ ଭଲ ହୋଇଥାଏ।
ହାର୍ଟ ସୁସ୍ଥ ରଖେ:
ଆଲିଙ୍ଗନ କରିବା ହାର୍ଟ ପାଇଁ ମଧ୍ୟ ଉତ୍ତମ ହୋଇଥାଏ। ପ୍ରତିଦିନ ନିଜ ପ୍ରିୟର ଲୋକଙ୍କୁ ମାତ୍ର ୨୦ ସେକେଣ୍ଡ ଆଲିଙ୍ଗନ ବା ହଗ୍ କରୁଥିବା ବ୍ୟକ୍ତିଙ୍କ ହୃଦୟ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ସୁସ୍ଥ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଆଲିଙ୍ଗନ କରିବା ବେଳେ ଶରୀରର ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୁଏ, ଫଳରେ ହାର୍ଟକୁ ଭଲ ଭାବେ ରକ୍ତ ପହଞ୍ଚେ ଓ ହାର୍ଟ ସୁସ୍ଥ ରହେ।
ମନ ଖୁସି ରହେ:
ଶରୀରରୁ ଅକ୍ସିଟୋସିନ୍ ନାମକ ଏକ ହରମୋନ କ୍ଷରିତ ହୋଇଥାଏ ଯାହା ଶରୀରକୁ ରିଲାକ୍ସ କରିବାରେ ସାହାଯ୍ୟ କରେ। ସାଧାରଣତଃ ଆମେ ଯେତେବେଳେ କାହାକୁ ଆଲିଙ୍ଗନ କରୁ, ଛୁଇଁଥାଉ କିମ୍ବା କାହା ସହ ଟିକେ ଅଧିକ ନିକଟତର ହେଉ; ଏହି ହରମୋନ୍ କ୍ଷରିତ ହୋଇଥାଏ। ଫଳରେ ଶରୀର ସହ ମନ ବି ରିଲାକ୍ସ ତଥା ଖୁସି ରହେ।
ଭୟ ଦୂର କରେ:
ନିଜ ପ୍ରିୟ ଲୋକ ବା ପ୍ରିୟତମଙ୍କ ବାହୁ ବନ୍ଧନରେ ରହିଲେ ମହିଳାମାନେ ସୁରକ୍ଷିତ ଅନୁଭବ କରିଥାନ୍ତି। କେବଳ ମହିଳା ନୁହେଁ ପୁରୁଷ ଓ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଜିନିଷ ଘଟିଥାଏ। ଆଲିଙ୍ଗନ କରିବା ଦ୍ୱାରା ସୁରକ୍ଷିତ ମନେ ହୁଏ ଓ ମନରୁ ଭୟ ହୁଏ।
କଷ୍ଟ ଲାଘବ କରେ:
ଏକ ରିସର୍ଚ୍ଚ ମୁତାବକ କେହି ଆପଣାର ଲୋକର ସ୍ପର୍ଶରେ କଷ୍ଟ କେତେକାଂଶରେ ଦୂର ହୋଇଯାଏ। ଯେତେବେଳେ କେହି ନିଜର ଲୋକ ଆପଣାଇ ନିଏ ବା କୁଣ୍ଢାଇ ପକାଏ ସେତେବେଳେ ଶରୀରରେ ଏକ ଅଦ୍ଭୁତ ଭାବନା ସଞ୍ଚରିତ ହୁଏ। ଫଳରେ କଷ୍ଟ ଲାଘବ ହୁଏ।
ଯୋଗାଯୋଗ ଉତ୍ତମ କରାଏ:
ସମ୍ପର୍କକୁ ମଜଭୁତ କରିବାରେ ମଧ୍ୟ ଆଲିଙ୍ଗନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିଜର ପ୍ରିୟତମକୁ ଆଲିଙ୍ଗନ କଲେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି ତାହା ଦର୍ଶାଇପାରିବେ। ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଏହା ସାହାଯ୍ୟ କରେ। ମନର ଭାବନାକୁ ଆପଣ ଚାହିଁଲେ ସାଥୀଙ୍କୁ ଆଲିଙ୍ଗନ କରି ମଧ୍ୟ ଦର୍ଶାଇପାରିବେ। ଏହାକୁ ଯୋଗାଯୋଗ ଏକ ମାଧ୍ୟମ ବୋଲି ମଧ୍ୟ ଆମେ କହିପାରିବା।