ରିଲେସନସିପ

ଆପଣ ବି ବୟଫ୍ରେଣ୍ଡଙ୍କ ପ୍ରକୃତିକୁ ନେଇ ଚିନ୍ତିତ କି? ତେବେ ଏଠି ମିଳିବ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର

ପୁଅମାନଙ୍କ ଭଳି ଝିଅମାନେ ମଧ୍ୟ ନିଜ ବୟଫ୍ରେଣ୍ଡଠାରୁ ଅନେକ କିଛି ଆଶା ରଖିଥାନ୍ତି। ମାତ୍ର ବେଳେବେଳେ ଭଲ ପାଇବା ଆଳରେ ଜଣେ ଆଉ ଜଣଙ୍କ ଜୀବନରେ ଅଧିକ ହସ୍ତକ୍ଷେପ କରିଥାଏ। ଫଳରେ ସମ୍ପର୍କରେ ତିକ୍ତତା ଦେଖାଦିଏ। ବିଭିନ୍ନ ବାହାନା କରି ପ୍ରେମିକମାନେ ପ୍ରେମିକାଙ୍କ ଜୀବନରେ ମୁଣ୍ଡ ପୂରାଇଥାନ୍ତି। ଫଳସ୍ୱରୂପ ବ୍ରେକଅପ୍‌ ପର୍ଯ୍ୟନ୍ତ କଥାଯାଇଥାଏ। ତେବେ ଆସନ୍ତୁ ଜାଣିବା ବୟଫ୍ରେଣ୍ଡ କେତେ ପ୍ରକାରର ହୋଇଥାନ୍ତି ଓ ସେମାନଙ୍କ କାହିଁକି ବ୍ରେକ୍‌ଅପ୍‌ ହୋଇଥାଏ।

କିଛି ପୁଅଙ୍କ ମନରେ ଭୟ ଥାଏ ଯେ ହୁଏତ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ଛାଡ଼ି ଚାଲିଯିବ କିମ୍ବା ଆଉ କାହାକୁ ଭଲ ପାଇ ବସିବ। ତାଙ୍କର ଏହି ସମସ୍ୟା ସେହି ସମୟରେ ଅଧିକ ବଢ଼ିଯାଏ, ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ କୌଣସି ପୁରୁଷ ବନ୍ଧୁଙ୍କ ସହ ମିଶିଥାଏ। ଏମାନେ ସବୁବେଳେ ଗର୍ଲଫ୍ରେଣ୍ଡର ମୋବାଇଲ୍‌ ଚେକ୍‌ କରିଥାନ୍ତି।

କିଛି ପୁଅ ଗର୍ଲଫ୍ରେଣ୍ଡ ଆଉ କାହା ସହ କଥା ହୋଇ ଖୁସି ହେଲେ ସହଜରେ ହଜମ କରିପାରନ୍ତିନି। ଗର୍ଲଫ୍ରେଣ୍ଡ ଯଦି କୌଣସି ଝିଅ ସହ ବି ହସି ହସି କଥା ହୁଏ ସେ ସହ୍ୟ କରିପାରନ୍ତି ନାହିଁ। ତାଙ୍କ ବିନା କେମିତି ସେ ଖୁସି ଅଛି ବୋଲି ସେ ଭାବିଥାନ୍ତି। ଫଳରେ ସବୁବେଳେ ଗର୍ଲଫ୍ରେଣ୍ଡକୁ ନିଜ ସହ ରହିବାକୁ ବାଧ୍ୟ କରିଥାନ୍ତି।

କିଛି ପୁଅ ରୋମାଣ୍ଟିକ୍‌ ଉପନ୍ୟାସ ପଢ଼ିବାକୁ ଭଲ ପାଇଥାନ୍ତି। ଯାହାକୁ ସେମାନେ ନିଜ ଜୀବନରେ ମଧ୍ୟ ଲାଗୁ କରିବାକୁ ଚାହିଁଥାନ୍ତି। ଏଭଳି ସ୍ଥିତିରେ ଗର୍ଲଫ୍ରେଣ୍ଡ ସହଯୋଗ ନ କଲେ ସେମାନେ ତାଙ୍କ ଚରିତ୍ରକୁ ସନ୍ଦେହ କରିଥାନ୍ତି। ଫଳସ୍ୱରୂପ ସମ୍ପର୍କରେ ମିଠାପଣ କମିଯାଏ।

କିଛି ପୁଅ ବହୁତ ପ୍ରାକ୍ଟିକାଲ ହୋଇଥାନ୍ତି। ଏମାନଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ଥାଏ। ଏମାନେ ପ୍ରେମ ବେଳେ ହେଉ ବା ଝଗଡ଼ା ବେଳେ ଲଜିକ୍‌ ବ୍ୟବହାର କରି ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବାରେ ମାହିର ହୋଇଥାନ୍ତି।

କିଛି ବୟଫ୍ରେଣ୍ଡ ମନକୁ ବୁଝିଲା ଭଳି ହୋଇଥାନ୍ତି। ଏମାନେ ବୟଫ୍ରେଣ୍ଡ ହୋଇଥିଲେ ମଧ୍ୟ ବେଷ୍ଟ ଫ୍ରେଣ୍ଡ ଭଳି ସବୁବେଳେ ସାଙ୍ଗରେ ରହିଥାନ୍ତି ଓ ଝିଅଙ୍କ କଥା ଶୁଣିଥାନ୍ତି। ଏମିତି ପୁରୁଷ ବନ୍ଧୁ ପାଇବାକୁ ସବୁ ଝିଅ ଚାହାଁନ୍ତି। ଏମାନେ ଗର୍ଲଫ୍ରେଣ୍ଡ ଉପରେ କେବେ ବି ଜବରଦସ୍ତି ନିଜ ଇଚ୍ଛା ଲଦନ୍ତି ନାହିଁ।

କିଛି ପୁଅ ଝିଅମାନଙ୍କୁ କେବଳ ବ୍ୟବହାର କରିବା ପାଇଁ ରଖିଥାନ୍ତି। ଏମାନେ ନିଜକୁ ଝିଅର ବୟଫ୍ରେଣ୍ଡ କହୁଥିବା ବେଳେ ତାଙ୍କ ପଛପଟେ ଅନ୍ୟ ଝିଅ ସହ ସମ୍ପର୍କ ରଖିଥାନ୍ତି। ଏଭଳି ପୁଅଙ୍କ ଠାରୁ ଯେତେ ସମ୍ଭବ ଦୂରରେ ରହିବା ଉଚିତ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago