ସହବାସ ପାଇଁ ବର୍ଷର ଶେଷ ମାସ ହେଉଛି ସବୁଠାରୁ ଉତ୍ତମ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ବର୍ଷର ଅନ୍ୟ ମାସ ତୁଳନାରେ ଶେଷ ମାସ ଡିସେମ୍ବରରେ କିିଛି ନା କିଛି ଭିନ୍ନତା ରହିଛି। ବଢ଼ିଆ ପାଗ ଓ ପରିବେଶ ଏବଂ ଛୁଟି ସବୁ କିଛି ଏହି ଡିସେମ୍ବର ମାସରେ ଥାଏ । ତେଣୁ ଏହି ମାସରେ ଲୋକମାନେ ଅଧିକ ରୋମାଣ୍ଟିକ୍‌ ଅନୁଭବ କରିଥାନ୍ତି। କିନ୍ତୁ ଏହା ପଛରେ କ’ଣ ପ୍ରକୃତ କାରଣ ତାହା ବୋଧେ ହୁଏ କେହି ଜାଣିନଥିବେ। ଆସନ୍ତୁ ଜାଣିବା ଡିସେମ୍ବରକୁ କାହିଁକି ଶାରୀରିକ ସମ୍ପର୍କ ରଖିବାକୁ ଉତ୍ତମ ମାସ କୁହାଯାଏ…

ଡିସେମ୍ବରରେ ସାରା ବର୍ଷର ସମସ୍ୟା କ୍ରିସ୍‌ମାସ୍‌ ସେଲିବ୍ରେସନ୍‌ ସହ ଶେଷ ହୋଇଯାଏ ଓ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସାହ ରହିଥାଏ। ଏମିତିରେ ବି ସମ୍ଭୋଗର ଅନ୍ୟନାମ ସେଲିବ୍ରେସନ୍‌। ଏଭଳି ସ୍ଥିତିରେ ପାର୍ଟନରଙ୍କ ସହ ଅନ୍ତରଙ୍ଗ ହେବା କିଛି ନୂଆ କଥା ନୁହେଁ।

ବିଶେଷଜ୍ଞଙ୍କ କହିବାନୁସାରେ ଡିସେମ୍ବର ମାସରେ ଶୀତ ଅନୁଭୂତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଶାରୀରିକ ସମ୍ପର୍କର ଇଚ୍ଛା ବଢ଼ିଯାଏ।

ଶୀତ ଋତୁରେ ଭୋଜନରେ ଗ୍ରହଣ କରୁଥିବା ଅଧିକାଂଶ ଖାଦ୍ୟ ଶରୀରରେ ଉତ୍ତେଜନାକୁ ବୃଦ୍ଧି କରିଥାଏ। ଫଳ, ସୁପ୍‌, ଚକୋଲେଟ୍‌ ଓ ଡ୍ରାଏ ଫ୍ରୁଟ୍ସ ଆଦି ଶାରୀରିକ ସମ୍ପର୍କ ପାଇଁ ମୁଡ୍‌ ତିଆରି କରିବାରେ ସାହାଯ୍ୟ କରେ। ଏଣୁ ଏହି ଋତୁରେ ପ୍ରାୟ ଲୋକେ ପାର୍ଟନରଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି।

ଡିସେମ୍ବର ମାସରେ ଅଧିକାଂଶ ଲୋକ ଛୁଟି କାଟିବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯାଇଥାନ୍ତି। ସେଠାକାର ଲୋକେସନ୍‌ ଓ ଖାଦ୍ୟ ମନରେ ସେକ୍ସ ପାଇଁ ଆଗ୍ରହ ସୃଷ୍ଟି କରିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଦମ୍ପତିମାନେ ବୁଲିବାକୁ ଯିବା ବେଳେ ଅଧିକ ସମ୍ବନ୍ଧ ରଖିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.