କଣ୍ଡୋମ୍‌ ଏକ୍ସପାୟର ହୋଇଛି କି ନାହିଁ ଜାଣିବାକୁ ଆପଣାନ୍ତୁ ଏହିସବୁ ସହଜ ଉପାୟ, ଅନ୍ତରଙ୍ଗ ମୁହୂର୍ତ୍ତରେ ହେବେନି ଡିଷ୍ଟର୍ବ

ଦୁନିଆର ସବୁଠାରୁ ସୁରକ୍ଷିତ ଓ ସହଜ ଗର୍ଭନିରୋଧର ଉପାୟ ହେଉଛି କଣ୍ଡୋମ୍‌। ଏହାର ବ୍ୟବହାର ଖୁବ୍‌ ସହଜ ହୋଇଥିବା ବେଳେ ପ୍ରତି ମେଡିସିନ୍‌ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେଉଛି। ଏହାର ଆକାର ମଧ୍ୟ ଅପେକ୍ଷାକୃତ ଛୋଟ ହୋଇଥିବାରୁ ଏହାକୁ ଆପଣ ସହଜରେ ପକେଟ୍‌ରେ ଭର୍ତ୍ତି କରି ନେଇପାରିବେ।

condom4

କେବଳ ଗର୍ଭଧାରଣ ରୋକିବା ପାଇଁ ନୁହେଁ କଣ୍ଡୋମ୍‌ ଦ୍ୱାରା ଏଚ୍‌ଆଇଭି, ଏସ୍‌ଟିଡି ଭଳି ଯୌନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଅନ୍ୟ ଜିନିଷ ଭଳି କଣ୍ଡୋମ୍‌ର ମଧ୍ୟ ଏକ୍ସପାୟରୀ ଡେଟ୍‌ ରହିଛି। ବ୍ୟବହାର କରିବା ପୂର୍ବରୁ ଆପଣ ନିହାତି ଭାବେ ଏହାର ଏକ୍ସପାୟରୀ ଡେଟ୍‌ ବିଷୟରେ ଜାଣି ରଖିବା ଉଚିତ। ତେବେ ଆସନ୍ତୁ ଜାଣିବା କଣ୍ଡୋମ୍‌ ଏକ୍ସପାୟରୀ ହୋଇଛି କି ନାହିଁ ଜାଣିବା ଉପାୟ…

condome6

ଯଦି ପ୍ୟାକେଟ୍‌ ଖୋଲିବା ବେଳେ କଣ୍ଡୋମ୍‌ ଆବଶ୍ୟକତାଠାରୁ ଅଧିକ ଶୁଷ୍କ, ଚିପ୍‌ଚିପା କିମ୍ବା ଟାଣ ଲାଗୁଛି ତେବେ ଏହାକୁ ବ୍ୟବହାର ନ କରି ଫିଙ୍ଗି ଦିଅନ୍ତୁ ଓ ଆଉ ଏକ ନୂଆ କଣ୍ଡୋମ୍‌ ଆଣନ୍ତୁ। ଏହା କଣ୍ଡୋମ୍‌ ଏକ୍ସପାୟର ହେବାର ଏକ ସଙ୍କେତ।

condom

ପ୍ୟାକେଟ୍‌ରୁ ବାହାର କରିବା ପରେ ଯଦି କଣ୍ଡୋମ୍‌ର ରଙ୍ଗ ଖରାପ ହୋଇଯାଇଥିବା ଭଳି ଲାଗୁଛି କିମ୍ବା ସେଥିରୁ ଦୁର୍ଗନ୍ଧ ବାହାରୁଛି, ତେବେ ଏହା ମଧ୍ୟ କଣ୍ଡୋମ୍‌ ଏକ୍ସପାୟର ହେବାର ଏକ ଲକ୍ଷଣ। ଏହି କଣ୍ଡୋମ୍‌କୁ ବ୍ୟବହାର ନ କରି ଡଷ୍ଟବିନ୍‌ରେ ଫିଙ୍ଗିଦିଅନ୍ତୁ।

condom

ତେବେ ସବୁବେଳେ ଏକ୍ସପାୟରୀ ଡେଟ୍‌ ଚେକ୍‌ କରିବା ପରେ ହିଁ କଣ୍ଡୋମ୍‌ କିଣନ୍ତୁ। ଯଦି କଣ୍ଡୋମ୍‌ ଏକ୍ସପାୟର ହୋଇଯାଇଛି କିମ୍ବା ମାସେ ଦୁଇ ମାସ ଭିତରେ ଏକ୍ସପାୟର ହେବାକୁ ଅଛି ତେବେ ଏହାକୁ କିଣନ୍ତୁ ନାହିଁ। କାରଣ ପୁରୁଣା କଣ୍ଡୋମ୍‌ର ଇଲାଷ୍ଟିସିଟି ଓ ଏହାର ପ୍ରଭାବ ହ୍ରାସ ପାଇଯାଇଥାଏ। ଏଥିସହ ଶାରୀରିକ ସମ୍ପର୍କ ବେଳେ ଏହା ଫାଟି ଯିବାର ମଧ୍ୟ ଆଶଙ୍କା ରହିଛି।

condom2

କଣ୍ଡୋମ୍‌ ପ୍ୟାକେଟ୍‌ ଖୋଲିବା ପାଇଁ କଇଁଚି ବ୍ୟବହାର କରନ୍ତୁ ନାହିଁ। ପ୍ୟାକେଟ୍‌ ଖୋଲିବା ବେଳେ କଣ୍ଡୋମ୍‌ କଟିଯାଇପାରେ। ଏଣୁ ନଖ କିମ୍ବା ଚାବିରେ ଖୁବ୍‌ ସତର୍କତାର ସହ କଣ୍ଡୋମ୍‌ ପ୍ୟାକେଟ୍‌ ଖୋଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.