ରିଲେସନସିପ

ବିବାହ ପରେ ସ୍ୱାମୀଙ୍କୁ ଏସବୁ ବିଷୟରେ ଜମା କୁହନ୍ତୁନି, ଖରାପ ହୋଇପାରେ ସମ୍ପର୍କ

ବିବାହ ଏକ ଏଭଳି ସମ୍ପର୍କ ଯାହା ଉଭୟ ପୁରୁଷ ଓ ମହିଳାଙ୍କ ଜୀବନକୁ ବଦଳାଇ ଦେଇଥାଏ। ଯଦି ପାର୍ଟନର ଆପଣଙ୍କ ମନକୁ ବୁଝିଲେ ତେବେ ଜୀବନରେ କୌଣସି ସମସ୍ୟା ଦେଖାଦେଇନଥାଏ। କିନ୍ତୁ ଯଦି ସାଥୀ ଆପଣଙ୍କୁ ନ ବୁଝନ୍ତି ତେବେ ଜୀବନ ଦୁର୍ବିସହ ହୋଇପଡ଼େ। ଫଳରେ ବାରମ୍ବାର ଝଗଡ଼ା ହୁଏ ଓ କଥା ଡିଭୋର୍ସ ଯାଏଁ ପହଞ୍ଚେ। ଯାହା ପରିବାକୁ ଛାରଖାର କରିଦିଏ। ତେବେ କେତେକ ଛୋଟ ଛୋଟ ଭୁଲ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥାଏ। ଆସନ୍ତୁ ଜାଣିବା ବିବାହ ପରେ ପାର୍ଟନରଙ୍କୁ କେଉଁ ସବୁ କଥା କହିବା ଅନୁଚିତ:

ପୂର୍ବ ସମ୍ପର୍କ:

ଦାମ୍ପତ୍ୟ ଜୀବନରେ ପତି ପତ୍ନୀ ପରସ୍ପରକୁ ସବୁ କଥା କହିବା ଉଚିତ। ଫଳରେ ବିଶ୍ୱାସ ମଜଭୁତ ହୋଇଥାଏ। କିନ୍ତୁ କେତେକ ଏଭଳି କଥା ଅଛି ଯାହା ପାର୍ଟନରଙ୍କୁ କହିବା ବିପଦ ସୃଷ୍ଟି କରିପାରେ। ଏଭଳି ଏକ କଥା ହେଉଛି ପୂର୍ବ ସମ୍ପର୍କ। ସ୍ୱାମୀଙ୍କୁ କେବେ ବି ନିଜ ପୂର୍ବ ବୟଫ୍ରେଣ୍ଡଙ୍କ କଥା କୁହନ୍ତୁ ନାହିଁ। ଏହାଦ୍ୱାରା ତାଙ୍କ ମନରେ ଆପଣଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇପାରେ।

ବିବାହ ପୂର୍ବରୁ କେତେ ସ୍ୱାଧୀନତା ଥିଲା:

ବିବାହ ପୂର୍ବରୁ ଆପଣଙ୍କ ଜୀବନରେ କେତେ ସ୍ୱାଧୀନତା ଥିଲା ତାହା କେବେ ବି ସ୍ୱାମୀଙ୍କ ଆଗରେ କୁହନ୍ତୁ ନାହିଁ। ସେ ଆପଣଙ୍କ କଥାକୁ ଓଲଟା ବୁଝିପାରନ୍ତି। ଆପଣ ନିଜ ଇଚ୍ଛା ମୁତାବକ ବଞ୍ଚୁନାହାନ୍ତି ଭାବି ସେ ଚିନ୍ତିତ ହୋଇପାରନ୍ତି।

ପୁରୁଷ ସାଙ୍ଗଙ୍କ କଥା କୁହନ୍ତୁ ନାହିଁ:

ବିବାହ ପରେ ପତ୍ନୀଙ୍କ ବନ୍ଧୁଙ୍କୁ ନେଇ ସ୍ୱାମୀ ଅଧିକ ପେଜେସିଭ୍‌ ଥାଆନ୍ତି। କୌଣସି ସ୍ୱାମୀ ଚାହାନ୍ତିନି ଯେ ତାଙ୍କ ପତ୍ନୀ କୌଣସି ପୁରୁଷ ସହ କଥା ହେଉ, ସେ ବନ୍ଧୁ ବି ହୋଇଥାଉନା କାହିଁକି ସେମାନେ ଏହାକୁ ପସନ୍ଦ କରନ୍ତି ନାହିଁ। ଏଭଳି ସ୍ଥିତିରେ ଆପଣ ସ୍ୱାମୀଙ୍କ ସାମ୍ନାରେ କୌଣସି ପୁଅ ସାଙ୍ଗ କଥା ଉଠାନ୍ତୁ ନାହିଁ।

ସ୍ୱାମୀଙ୍କ ସାଙ୍ଗଙ୍କ ବିଷୟରେ:

ସ୍ୱାମୀଙ୍କ ସାମ୍ନାରେ କେବେ ବି ତାଙ୍କ ବନ୍ଧୁଙ୍କୁ ଭଲ ବୋଲି କହି ପ୍ରଶଂସା କରନ୍ତୁ ନାହିଁ। ଏହା ଦ୍ୱାରା ସେ ଭାବିପାରନ୍ତି ଯେ ଆପଣ ତାଙ୍କ ବନ୍ଧୁଙ୍କୁ ପସନ୍ଦ କରୁଛନ୍ତି। ଏହି ଛୋଟ ଛୋଟ କଥା ପରେ ଆପଣଙ୍କ ସମ୍ପର୍କକୁ ନଷ୍ଟ କରିପାରେ। ଏଣୁ ଏସବୁ ବିଷୟ ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ।

WCW 11

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

16 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

32 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

43 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago