ଭୂଲରେ ବି ପିତା-ମାତାଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ତାଙ୍କ ମନରେ ପହଞ୍ଚିବ ବଡ଼ କଷ୍ଟ

ଧିରେ ଧିରେ ପରିବାରରେ ସ୍ନେହଁ ମମତା କମି କମି ଯାଉଛି । ପରିବାର ଆଉ ଆଗ ଭଳି ଯୌଥ ପରିବାର ହୋଇ ରହିନାହିଁ । ଏବେ ସବୁ କ୍ଷୁଦ୍ର ବା ଅଣୁ ପରିବାର । ଆମେ ଦୁଇ ଆମର ଦୁଇ ନୀତିରେ ଗଡ଼ି ଚାଲିଛି ପରିବାର । ବୁଢ଼ା ପିତା-ମାତା ହୋଇ ଯାଇଛନ୍ତି ନିହାତି ଅଦରକାରୀ ଓ କମିଯାଇଛି ସ୍ନେହଁ ପ୍ରେମ ।

ହେଲେ ପିତା-ମାତାଙ୍କ ଠାରୁ ଅତି ଆପଣାର କେହି ବି ହୋଇ ପାରିବେ ନାହିଁ । ମାତା-ପିତାଙ୍କ ସମ୍ପର୍କକୁ କେହି ଚାହିଁଲେ ବି ଭାଙ୍ଗି ପାରିବେ ନାହିଁ । ସନ୍ତାନ ଯେତେ ବଡ଼ ହେଲେ ବି ପିତା-ମାତା ସର୍ବଦା ନିଜ ସନ୍ତାନଙ୍କ କଥା ଚିନ୍ତା କରିଥାନ୍ତି । ବଦଳରେ ପିତା-ମାତା କେବଳ ନିଜ ସନ୍ତାନଙ୍କର ସ୍ନେହଁ-ମମତା ଟିକେ ଚାହିଁଥାନ୍ତି । ହେଲେ ଆଜିକାଲି ପିତା-ମାତାଙ୍କ ପ୍ରତି ସନ୍ତାନଙ୍କର ମନୋଭାବ ବଦଳି ଗଲାଣି । କେବେ କେବେ ସନ୍ତାନ ଏପରି କଥା କହି ଦିଅନ୍ତି ଯେ ଯାହା ପିତା-ମାତାଙ୍କ ମନକୁ ବହୁତ କଷ୍ଟ ଦେଇଥାଏ । ଆଜି ଆସନ୍ତୁ ଜାଣିବା କେବେ ବି ନିଜ ପିତା-ମାତାଙ୍କୁ ଏହି ୪ ଟି କଥା କୁହନ୍ତୁ ନାହିଁ । ଯାହା ପିତା-ମାତାଙ୍କୁ ବହୁତ କଷ୍ଟ ଦେଇଥାଏ ।

୧. ଆପଣ ଆମ ଲାଗି କିଛି ବି କରି ନାହାଁନ୍ତି :

ଅଧିକାଂଶ ସମୟରେ ସନ୍ତାନ ଯେତେବେଳେ ମାତା-ପିତାଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି, କହି ଦିଅନ୍ତି ଯେ ଆପଣ ଆମ ଲାଗି କରିଛନ୍ତି କ’ଣ ? ହୋଇପାରେ ଏହି କଥା ସନ୍ତାନ କୌଣସି ଉଦ୍ଦେଶ୍ୟ ରଖି କହିନଥିବେ । ହେଲେ ଏହା ମାତା-ପିତାଙ୍କୁ ବହୁତ କଷ୍ଟ ଦେଇଥାଏ । ଯିଏ ସନ୍ତାନକୁ ଜନ୍ମ ଠାରୁ ଆରମ୍ଭ କରି ପାଳନ ପୋଷଣ, ଖାଇବା-ପିଇବା ଓ ପଢ଼ା ଲିଖା କରି ମଣିଷ କଲେ । ସେ ଯଦି ଏପରି କହି ଦିଅନ୍ତି । ତାହା ପିତା-ମାତାଙ୍କୁ ବହୁତ କଷ୍ଟ ଦେଇଥାଏ । ତେଣୁ ମାତ-ପିତାଙ୍କୁ ରାଗରେ ବି ଏପରି କଥା କୁହନ୍ତୁ ନାହିଁ ।

୨. ଆପଣ ଆମ ଲାଗି ଏହା କଲେ ନାହିଁ :

ଅଧିକାଂଶ ସମୟରେ ସନ୍ତାନ ମାତା-ପିତାଙ୍କ ଉପରେ ଅସନ୍ତୁଷ୍ଟ ହେଲେ କହି ଦିଅନ୍ତି ଯେ ଆପଣ ଆମ ଲାଗି ଏମିତି କଲେ ନାହିଁ । ତାଙ୍କ ବାପା ଏମିତି କଲେ ସେମିତି କଲେ । ପିତା-ମାତାଙ୍କୁ କେବେ ବି ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ହୋଇପାରେ ଆପଣଙ୍କ ମାତା-ପିତା ଆପଣଙ୍କ ସବୁ ଦାବି ପୂରଣ କରି ପାରିନଥିବେ । ହେଲେ ସେ ସର୍ବଦା ଚେଷ୍ଟା କରିଥିବେ ଆପଣଙ୍କ ସବୁ ଦାବି ପୂରଣ କରିବା ପାଇଁ । ଏମିତ କହିବା ଦ୍ୱାରା ତାଙ୍କ ମନରେ ବହୁତ କଷ୍ଟ ହୋଇଥାଏ । ତେଣୁ ଏପରି କଥା କେବେ ବି କୁହନ୍ତୁ ନାହିଁ ।

୩. ଆପଣ ଏହି କଥା ବୁଝି ପାରିବେ ନାହିଁ :

ପିଲାମାନେ ସାଧାରଣତଃ ଜେନେରେସନ ଗ୍ୟାପ୍‌ ଯୋଗୁ ପିତା-ମାତାଙ୍କୁ କହି ଦେଇଥାନ୍ତି ଯେ ଆପଣ ଏକଥା ବୁଝି ପାରିବେ ନାହିଁ । ଏହି କଥା ପିତା-ମାତାଙ୍କୁ ବହୁତ କଷ୍ଟ ଲାଗିଥାଏ । ସନ୍ତାନ ଜାଣି ନଥାନ୍ତି ଯେ ପିତା-ମାତା ସନ୍ତାନଙ୍କ ଠାରୁ ଦୁନିଆ ଅଧିକ ଦେଖିଛନ୍ତି ଓ ତାଙ୍କୁ ଭଲ ଉପଦେଶ ଦେଇ ପାରନ୍ତି ।

୪. ଆପଣ ଆମ ପଇସା ଉପରେ ନଜର ଦେଉଛନ୍ତି :

ଯେତେବେଳେ ପିଲାମାନେ ବଡ଼ ହୋଇ ଯାଆନ୍ତି । ଚାକିରି କରି ଟଙ୍କା ରୋଜଗାର କରନ୍ତି ଭାବନ୍ତି ଯେ ଅନ୍ୟକୁ ଟଙ୍କା ଦେବା ଅପେକ୍ଷା ନିଜ ଉପରେ ଖର୍ଚ୍ଚ କରିବା ଦରକାର । ଯେତେବେଳେ ମାତା-ପିତା ଆପଣଙ୍କର ଦରମା ସମ୍ପର୍କରେ ପଚାରନ୍ତି, ପିଲାମାନେ ଭାବନ୍ତି ଯେ ବୋଧହୁଏ ପିତା-ମାତା ତାଙ୍କର ଅର୍ଥ ଆଶା କରୁଛନ୍ତି । ଏକଥା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ । ବରଂ ମାତା-ପିତା ପିଲାର ଦରମା ଶୁଣି ଖୁସି ହୋଇଥାନ୍ତି । ତେଣୁ ଏପରି କଥା କହିବାକୁ କେବେ ବି ଭାବନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.