ରିଲେସନସିପ

ଜୀବନ ନେଇପାରେ ଶାରୀରିକ ସମ୍ପର୍କ ରଖିବାର ଏହି ନୂଆ ଟ୍ରେଣ୍ଡ, ଜାଣନ୍ତୁ ଏ ଭୟଙ୍କର ଟେକ୍ନିକ୍‌ ବିଷୟରେ

ଲୋକମାନେ ନିଜ ସେକ୍ସ ଲାଇଫ୍‌କୁ ଅଧିକ ରୋମାଞ୍ଚକ ଓ ମଜାଦାର କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। କିଏ ସମ୍ଭୋଗ ବେଳେ ପୋଜିସନ୍‌କୁ ବଦଳାଉଛି ତ ଆଉ କିଏ ଅଧିକ ସମୟ ଧରି ଭଲ ପାଇବାର ଏହି ନିଆରା ଅନୁଭୂତିକୁ ଅନୁଭବ କରିବା ପାଇଁ ବିଭିନ୍ନ ପ୍ରକାରର ମେଡସିନ୍‌ ବ୍ୟବହାର କରୁଛି। ତେବେ ଗତ କିଛି ବର୍ଷ ହେବ ଅନେକ ଗୁଡ଼ିଏ ଉପାୟ ଶାରୀରିକ ସମ୍ପର୍କ ବେଳେ ଟ୍ରେଣ୍ଡ୍‌ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ଉପାୟ ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ। ଏହାର ନାଁ ହେଉଛି ଇଲେକ୍ଟ୍ରୋସେକ୍ସ। ଏହାକୁ ଏରୋଟିକ୍ସ ଇଲେକ୍ଟ୍ରୋଷ୍ଟିମ୍ୟୁଲେସନ୍‌ କିମ୍ବା ଇଲେକ୍ଟ୍ରୋ ପ୍ଲେ ମଧ୍ୟ କୁହାଯାଏ। ଏହି ପ୍ରକ୍ରିୟାରେ ଦମ୍ପତି ଇଲେକ୍ଟ୍ରିସିଟି ବା କରେଣ୍ଟକୁ ଫୁଙ୍ଗୁଳା ଶରୀରରେ ଶାରୀରିକ ସମ୍ପର୍କ ବେଳେ ବ୍ୟବହାର କରିଥାନ୍ତି।

ବିଦ୍ୟୁତ ଦ୍ୱାରା ପରିଚାଳିତ ଏହା ଏକ ସେକ୍ସ ଡିଭାଇସ୍‌, ଯାହା ମାଧ୍ୟମରେ ଶରୀରର ନର୍ଭସ ସିଷ୍ଟମ୍‌କୁ ଉତ୍ତେଜିତ କରାଯାଏ। ଏହି ଯନ୍ତ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ଶରୀରର ପ୍ରାଇଭେଟ୍‌ ପାର୍ଟକୁ ଉତ୍ତେଜିତ କରିବା। ଏହା ଫଳରେ ଯୌନ ସମ୍ପର୍କ ବେଳେ ଅଧିକ ମଜା ଆସିଥାଏ ଓ ଲୋକମାନେ ଅର୍ଗାଜମ୍‌କୁ ମନ ଭରି ଉପଭୋଗ କରିପାରିଥାନ୍ତି।

ଶାରୀରିକ ସମ୍ପର୍କ ବେଳେ ଏହି ଅଦ୍ଭୁତ ଉପାୟର ବ୍ୟବହାର ପ୍ରାୟ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଆମ ଶରୀରର ନର୍ଭସ ସିଷ୍ଟମ୍‌ ଖୁବ୍‌ କମ୍‌ ଇଲେକ୍ଟ୍ରିକାଲ ସିଗ୍‌ନାଲ ମାଧ୍ୟମରେ ପରିଚାଳିତ ହୋଇଥାଏ। ଏହି ଯନ୍ତ୍ର ଆମ ନର୍ଭସ ସିଷ୍ଟମ୍‌କୁ ବାହ୍ୟ ଇଲେକ୍ଟ୍ରିକ୍‌ ଶକ୍ତି ସାହାଯ୍ୟରେ ଅଧିକ ଉତ୍ତେଜିତ କରେ। ଫଳରେ ଶାରୀରିକ ସମ୍ପର୍କ ବେଳେ ଅଧିକ ସନ୍ତୁଷ୍ଟି ମିଳିଥାଏ।

ରିପୋର୍ଟ ମୁତାବକ, ଇଲେକ୍ଟ୍ରୋଷ୍ଟିମ୍ୟୁଲେସନ୍‌ ଡିଭାଇସ୍‌ ପ୍ରାୟ ୧୮୦୦ରୁ ୧୯୨୦ ମସିହା ମଧ୍ୟରେ ବ୍ୟବହାର ହେବା ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ କେତେକ ଟେକ୍ନିକ୍‌ ଏବେ ବି ମେଡିକାଲରେ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି। କିନ୍ତୁ ଧୀରେ ଧୀରେ ଲୋକମାନେ ଏହି ଟେକ୍ନିକ୍‌ର ବ୍ୟବହାର ଯୌନ ସମ୍ପର୍କ ବେଳେ ମଧ୍ୟ କରିବା ଆରମ୍ଭ କରିଛନ୍ତି। ମାତ୍ର ପୂର୍ବାପେକ୍ଷା ଏହି ଡିଭାଇସ୍‌ ଏବେ ଉନ୍ନତମାନର ହୋଇଗଲାଣି।

ତେବେ ଶରୀରକୁ ଉତ୍ତେଜିତ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ଇଲେକ୍ଟ୍ରୋଷ୍ଟିମ୍ୟୁଲେସନ୍‌ ଡିଭାଇସ୍‌କୁ ଯଦି ଭୁଲ ଉପାୟରେ ବ୍ୟବହାର କରାଯାଏ ତେବେ ତାହା ଜୀବନ ପ୍ରତି ବିପଦ ଆଣିପାରେ। ଶରୀର ମଧ୍ୟକୁ ଅଧିକ ପରିମାଣର ବିଦ୍ୟୁତ ଶକ୍ତି ଗଲେ ଟିସୁ ନଷ୍ଟ ହେବା ଆଶଙ୍କା ରହିଛି। ଏମିତିକି ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ଯଦି ଏହି ଯନ୍ତ୍ର ସିଧାସଳଖ ଚର୍ମ ସଂସ୍ପର୍ଶରେ ଆସେ ତେବେ ତ୍ୱଚା ଜଳିଯିବା ସମ୍ଭାବନା ରହିଛି। ଏଣୁ ଏହାକୁ ବ୍ୟବହାର କରିବା ବେଳେ ସବୁବେଳେ କମ୍‌ ପରିମାଣର ଇଲେକ୍ଟ୍ରିସିଟି ବ୍ୟବହାର କରିବା ଉଚିତ। କମ୍‌ ବିଦ୍ୟୁତ ବ୍ୟବହୃତ ହେଉଥିଲେ ମଧ୍ୟ ଏହି ଯନ୍ତ୍ର ଯୋଗୁ ହୃଦଘାତ ହେବା ଆଶଙ୍କା ରହିଛି। ଏଣୁ ଅତି ଉତ୍ସାହିତ ହୋଇ ଏହି ଯନ୍ତ୍ରକୁ ଆଦୌ ବ୍ୟବହାର ନ କରିବାକୁ ଯୌନ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

(ବି.ଦ୍ର: ଏହି ସୂଚନା କେବଳ ପାଠକଙ୍କ ସଚେତନତା ନିମନ୍ତେ ଦିଆଯାଇଛି। ଏହାକୁ ନିଜ ଜୀବନରେ ଆଦୌ ବ୍ୟବହାର କରନ୍ତୁ ନାହିଁ।)

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago